ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ କେବେ ବର୍ଡରଲାଇନ ଡାଇବେଟିସ୍ ବା ପ୍ରି ଡାଇବେଟିସ୍ କଥା ଶୁଣିଛନ୍ତି କି? ଏହା ଏପରି ଏକ ଅବସ୍ଥା ଯେଉଁ ସମୟରେ ରକ୍ତ ସୁଗାରର ମାତ୍ରା ସାମାନ୍ୟ ସ୍ତରରୁ ଅଧିକ ହୋଇଥାଏ କିନ୍ତୁ ମଧୁମେହ ଶ୍ରେଣୀଭୁକ୍ତ ହୋଇନଥାଏ। କିନ୍ତୁ ଏହି ପ୍ରିଡାଇବେଟିସ୍ ଅବସ୍ଥାକୁ ଆପଣ ନଜରଅନ୍ଦାଜ କରିଦେବେ ତା’ହେଲେ ଏହା ଟାଇପ-୨ ଡାଇବେଟିସ୍ର ରୂପ ନେଇପାରେ ।
ବର୍ଷ ବର୍ଷ ଧରି ଦବି ରହେ ଏହାର ଲକ୍ଷଣ
ଏକ ବିପଜ୍ଜନକ କଥା ହେଲା ପ୍ରିଡାଇବେଟିସ୍ ହେଲେ ଏହା ବର୍ଷ ବର୍ଷ ଧରି ଦବି ରହିଥାଏ । ଅର୍ଥାତ୍ ଏହାର ଲକ୍ଷଣ ଦେଖାଯାଏ ନାହିଁ । ଟାଇପ୍-୨ ମଧୁମେହ ହେବା ପରେ ଯାଇ ଏହା ଜଣାପଡ଼େ ।
କେଉଁମାନଙ୍କୁ ହେବାର ଆଶଙ୍କା ଥାଏ
- ଅଧିକ ମୋଟା ଲୋକ
- ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତି
- ପରିବାରରେ କାହାକୁ ଟାଇପ୍-୨ ମଧୁମେହ ରୋଗ ଥିଲେ
- ଗର୍ଭବତୀ ମହିଳାଙ୍କୁ ମଧ୍ୟ ଏହା ହେବାର ଆଶଙ୍କା ଥାଏ
- ପଲିସିଷ୍ଟିକ୍ ଓଭାରୀ ସିଣ୍ଡ୍ରୋମ୍ ଶିକାର ହୋଇଥିଲେ
- ଅଫିସରେ ବସିରହୁଥିବା ଲୋକ
କିପରି ରକ୍ଷାପାଇବେ
- ନିୟମିତ ଠିକ୍ ଭାବେ ଖାଦ୍ୟ ଖାଆନ୍ତୁ। ବାହାରର ଜଙ୍କଫୁଡ୍କୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଯା’ନ୍ତୁ।
- ନିୟମିତ ଭାବେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। କାରଣ ମୋଟାପଣର ସିଧାସଳଖ ସମ୍ପର୍କ ମଧୁମେହ ସହ ରହିଥାଏ।
- ଆପଣ ଦିନକୁ କେତେ କ୍ୟାଲୋରି ଖାଦ୍ୟ ଖାଉଛନ୍ତି ତାକୁ ଲକ୍ଷ୍ୟ କରନ୍ତୁ। କ୍ୟାଲୋରି ଅଧିକ ହେଉଥିଲେ ଜଣେ ଡାଏଟିସିଆନ୍କୁ ପରାମର୍ଶ ନେଇପାରିବେ।
- ଖାଇବାରେ କମ୍ ଫ୍ୟାଟ୍ ଥିବା ଖାଦ୍ୟକୁ ସାମିଲ କରନ୍ତୁ। ଅଧିକ ପନିପରିବା ଓ ଫଳ ଖାଆନ୍ତୁ। ତେବେ କେବଳ ସେହି ଫଳ ଖାଆନ୍ତୁ ଯାହାକି ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିବାରେ ସହାୟକ ହେବ। ଯେପରିକି କୋବି, ଜାମୁକୋଳି, ପିଜୁଳି, ଡାଳିମ୍ବ ଇତ୍ୟାଦି।


















