ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ହେବ।
ସୋମବାର ହେରାପଞ୍ଚମୀ ଶେଷ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ଆଜି ଅପରାହ୍ଣରେ ସେବାୟତମାନେ ତିନି ରଥରେ ବିଜେ କରିବା ପରେ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି।
ପରମ୍ପରା ଅନୁଯାୟୀ ପ୍ରଥମ ଆଜ୍ଞାମାଳ ସୁଭଦ୍ରାଙ୍କ ବାଡ଼ରୁ ଆସିବ। ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ଼ କରାଯିବ। ଏମିତି ତିନି ରଥର ଦକ୍ଷିଣ ମୋଡ଼ କରାଯିବ। ଦକ୍ଷିଣ ମୋଡ଼ ହୋଇ ତିନି ରଥ ନାକଚଣା ଦ୍ୱାରରେ ଲାଗିବେ।
ସୋମବାର ଅନୁଷ୍ଠିତ ହୋଇଥିବା ହେରାପଞ୍ଚମୀରେ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନନ୍ଦିଘୋଷ ରଥକୁ ଅଭିମାନରେ ଭାଙ୍ଗିଥିଲେ। ରସଗୋଲା ଦେଇ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ।

















