ଓଡ଼ିଶାଲାଇଭ୍ ବ୍ୟୁରୋ
ବାହୁଡ଼ିବେ ବଡ଼ ଠାକୁର। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଚାଲିଛି ଜୋର ସୋର।
ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ ବାହୁଡ଼ା ଯାତ୍ରା। ଏଥିପାଇଁ ଆରମ୍ଭ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ବାହୁଡ଼ା ପ୍ରସ୍ତୁତି। ବୁଧବାର ଦିନ ଦର୍ପଦଳନ ଓ ତାଳଧ୍ଵଜ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରରେ ଲଗାଯାଇଥିଲା। କିନ୍ତୁ ବର୍ଷା ଓ ରାତି ହେବାରୁ ନନ୍ଦିଘୋଷର ଦକ୍ଷିଣ ମୋଡ଼ କରାଯାଇପାରିନଥିଲା। ଗୁରୁବାର ଦିନ ମହାପ୍ରଭୁଙ୍କ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରରେ ଲଗାଯାଇଥିଲା।
ବର୍ତ୍ତମାନ ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ତିନି ଠାକୁରଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗୁଛି। ଶୁକ୍ରବାର ହେବ ସନ୍ଧ୍ୟା ଦର୍ଶନ। ଏହାପରେ ଶନିବାର ଦିନ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ। ସେପଟେ ବାହୁଡ଼ା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ପ୍ରଶାସନ। ଆଗକୁ ବାହୁଡ଼ା ଓ ସୁନାବେଶ ଥିବାରୁ ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Tags: #NakachanaDwara #ShreeGundichaTemple #BahudaJatra #Puri