ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ବାହୁଡ଼ାଯାତ୍ରା। ଶୁକ୍ରବାର ଦିନ  ତିନି ଠାକୁରଙ୍କୁ ଆଡ଼ପ ମଣ୍ଡପରୁ  ରଥାରୂଢ଼ କରାଯାଇଥିଲା। ରଥରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ହଜାର ଭକ୍ତ ରଥ ଟାଣିଥିଲେ।

ରଥ ସୌରାସାହି ଛକ ମାଉସି ମା’ ମନ୍ଦିର ନିକଟରେ ପହଞ୍ଚିଥିଲା।  ସେଠାରେ ଠାକୁରଙ୍କୁ ପୋଡ଼ ପିଠା ଭୋଗ ଲାଗି କରାଯାଇଥିଲା। ଆଜି ଅପରାହ୍ନରେ ପୁଣି ରଥ ଟଣା ହୋଇଥିଲା। ରଥ ରଜନଅର ନିକଟରେ ପହଞ୍ଚିଥିଲା।

ରାଜନଅରଠାରେ ଶ୍ରୀଜୀଉଙ୍କ  ସୁନାବେଶ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Comment