ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷାୠତୁରେ ପ୍ରାୟତଃ ଡେଙ୍ଗୁ ଜ୍ଵର ବ୍ୟାପିଥାଏ। ଚାରିଆଡ଼େ ପାଣି ଜମୁଥିବାରୁ ଏହି ଦିନରେ ମଶା ବଂଶ ବୃଦ୍ଧି ପାଏ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ।
ଡେଙ୍ଗୁ ଭୂତାଣୁର ବାହକ ହେଉଛି ଏଡିସ୍ ମଶା। ଏହି ମଶା କାମୁଡ଼ା ଜରିଆରେ ଡେଙ୍ଗୁ ଭୂତାଣୁ ମଣିଷ ଶରୀରକୁ ପ୍ରବେଶ କରିବା ସହ ବଂଶ ବୃଦ୍ଧି କରେ।
ଡେଙ୍ଗୁ ରୋଗର ଲକ୍ଷଣ
- ଡେଙ୍ଗୁ ମଶା କାମୁଡିଲା ପରେ ୩ରୁ ୧୪ ଦିନ ଭିତରେ ଏହାର ଲକ୍ଷଣ ଜଣାପଡ଼େ।
- ସାଧାରଣ ଜ୍ୱରରେ ଶୀତ ଓ କମ୍ପ ହେବା, ଛିଙ୍କ ଓ କାଶ ହେବା ସହିତ ଜ୍ୱର ଛାଡିଲେ ପ୍ରବଳ ଝାଳ ବୋହିଯାଏ।
- ଡେଙ୍ଗୁ ଜ୍ୱରରେ ଶୀତ ଲାଗିବା ସହିତ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ବିଭିନ୍ନ ଗଣ୍ଠିସ୍ଥାନ ସହ ଆଖି ପଛପଟେ ଯନ୍ତ୍ରଣା ହୁଏ, ଦୁର୍ବଳ ଲାଗେ, ଭୋକ ହୁଏ ଏବଂ ଶରୀରରେ ଲାଲ୍ ଓ ଗୋଲାପି ରଙ୍ଗର ଦାଗ ସୃଷ୍ଟି ହୁଏ କିମ୍ବା ଫଳିଯାଏ।
- ଡେଙ୍ଗୁ ଜ୍ୱର ହେଲେ ବ୍ୟତିବ୍ୟସ୍ତ ଲାଗେ ଏବଂ ରକ୍ତଚାପ କମିଯାଏ।
- ନାକ ତଥା ମାଢ଼ିରୁ ମଧ୍ୟ ରକ୍ତ ପଡେ।
- ସଠିକ୍ ସମୟରେ ରୋଗୀର ଚିକିତ୍ସା କରା ନଗଲେ ଏହି ସଂଖ୍ୟା ହ୍ରାସ ହୋଇ ଶରୀରର ରୋଗ ପ୍ରତିରୋଧକ କ୍ଷମତା ନଷ୍ଟ ହୋଇଯାଏ ଏବଂ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି।
- ଡେଙ୍ଗୁ ଜ୍ୱର ହେଲେ ଚର୍ମ ଥଣ୍ଡା ପଡିଯାଏ ଏବଂ ଦେହରେ ଲାଲ୍ ଓ ଗୋଲାପି ରଙ୍ଗର ଗୋଲ୍ଗୋଲ୍ ଦାଗ ସୃଷ୍ଟି ହୁଏ।
ଡେଙ୍ଗୁ ରୋଗ ପାଇଁ ସତର୍କତା
- ପ୍ରଥମେ ଆମ ଆଖପାଖରେ ଯେଉଁଠି ପାଣି ଜମୁଛି ତାକୁ ଶୁଖାଇ ଦେବା ଦରକାର। ଘର ଛାତ ଉପରେ ଯଦି କୌଣସି ଜାଗାରେ ମାଠିଆ, ଥାଏ ଡବା ଓଲଟାଇ ରଖିବା ଦରକାର।
- ଘରେ ଯଦି କୁଲର ଥାଏ ତେବେ ପ୍ରତିଦିନ ପାଣିକୁ ସଫା କରବା ଉଚିତ।
- ଡାକ୍ତରଙ୍କ କହିବା ଅନୁସାରେ ଡେଙ୍ଗୁ ମଶା ଦିନବେଳା କାମୁଡି ଥାନ୍ତି। ତେଣୁ ଦିନରେ ଝରକା, କବାଟ ବନ୍ଦ ରଖିବା ଉଚିତ।
- ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ୱର ହୋଇଥାଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଔଷଧ ଖାଇଲା ପରେ ଯଦି ଜ୍ୱର ଛାଡୁନି ତାହେଲେ ରକ୍ତ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଉଚିତ।
- ରୋଗୀଙ୍କୁ ଛୁଇଁବା, ତାଙ୍କ ପାଖରେ ବସାଉଠା କରିବା କିମ୍ବା ଏକାଠି ଖାଦ୍ୟ ଖାଇବା ଦ୍ୱାରା ବି ଏହା ବ୍ୟାପେନାହିଁ।
- ଡେଙ୍ଗୁ ଚିକିତ୍ସା ନିମନ୍ତେ ଆୟୁର୍ବେଦରେ ବର୍ଣ୍ଣିତ କେତେକ ଔଷଧୀୟ ପତ୍ର ଓ ରସର ଉପଯୋଗ କରି ସୁସ୍ଥ ହୁଅନ୍ତୁ।
ଆୟୁର୍ବେଦ ଚିକିତ୍ସା
ତୁଳସୀପତ୍ର
ଡେଙ୍ଗୁ ପୀଡ଼ିତମାନେ ଦୈନିକ ୧୫ ରୁ ୨୦ ତୁଳସୀ ପତ୍ର ଚୋବାଇବା ଉଚିତ।
ମେଥିପତ୍ର
ମେଥିପତ୍ରକୁ ପାଣିରେ ବତୁରାଇ ତା’ ପାଣି ପିଅନ୍ତୁ। ନଚେତ ମେଥିକୁ ଚୂର୍ଣ୍ଣ କରି ତାକୁ ପାଣି ମିଶାଇ ପିଅନ୍ତୁ।
ଏପର୍ଯ୍ୟନ୍ତ ପ୍ରତିଷେଧକ ବାହାରି ନାହିଁ
ଡେଙ୍ଗୁ ପାଇଁ ଏଯାବତ୍ କୌଣସି ପ୍ରକାର ପ୍ରତିଷେଧକ ପ୍ରସ୍ତୁତ ହୋଇପାରି ନାହିଁ। ଏହା ମହାମାରୀ ଭଳି ବ୍ୟାପୁଥିବା ବେଳେ ଏହି ରୋଗରେ ଏକ ସମୟରେ ଏକାଧିକ ଭୂତାଣୁ ସକ୍ରିୟ ହେବାର ଆଶଙ୍କା ଅଧିକ। ତେଣୁ ସୁରକ୍ଷା ପାଇଁ ସତର୍କତା ହିଁ ଜରୁରୀ।
ଡେଙ୍ଗୁ ଭ୍ୟାକ୍ସିଆ ନାମକ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ପରୀକ୍ଷଣରେ ଏହା ସଫଳ ହୋଇପାରିନାହିଁ। ବିଶେଷକରି ଶିଶୁମାନଙ୍କ କ୍ଷେତ୍ରରେ ଏହି ଟିକା ବିଫଳ ହୋଇଛି।