ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଚଳିତମାସ ରାପ୍ୟୁଟା ରୋବୋଟିକ୍ସ, ସିଗ୍‌ମଏଡ୍ ଆନାଲିଟିକ୍ସ, କୋନି, ଭାଲ୍ୟୁ ଲ୍ୟାବ୍‌ସ ଏବଂ କ୍ଲାଉଡଗିନ୍ ଭଳି କମ୍ପାନି ତରଫରୁ ଆଇଟିଇଆର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିଛି।

ଏହି କମ୍ପାନିଗୁଡ଼ିକ ଆଇଟିଇଆରର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୬ ଲକ୍ଷରୁ ୧୨ ଲକ୍ଷ ଟଙ୍କା ଦରମାରେ ନିଯୁକ୍ତି କରିଛନ୍ତି।

ଦେଶର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ତୁଳନାରେ ଏହି କମ୍ପାନିମାନେ ଆଇଟିଇଆରର ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଇଚ୍ଛାପକାଶ କରିଛନ୍ତି। ଏପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀ ଡେ-ଜିରୋ ସ୍ଲଟ୍ କମ୍ପାନିରେ ଉଚିତ୍ ଦରମାରେ ଚାକିରି ପାଇ ସାରିଛନ୍ତି।

୨୦୧୯ ବ୍ୟାଚର ଗ୍ରାଜୁଏଟ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ମାଇକ୍ରୋସଫ୍ଟ, ଆମାଜନ୍, ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍, ବୋସ୍, ଡିଲୋଏଟ୍, ଆଇବିଏମ୍, ସିଟିଏସ୍, ଇନ୍‌ଫୋସିସ୍, ୱିପ୍ରୋ, ହାଇରାଡିଅସ୍, ଟିଭିଏସ୍ ମୋଟର୍ସ, ମୁସିଗ୍ମା ଏବଂ ଟାଟା ଷ୍ଟିଲ୍ ଭଳି ଅନେକ ବଡ଼ ବଡ଼ କମ୍ପାନିରେ ପ୍ଲେସ୍‌ମେଣ୍ଟ ମିଳିଛି।

ଆଇଟିଇଆରର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରି ବର୍ଷକୁ ୩୧ ଲକ୍ଷ ଟଙ୍କାର ପ୍ୟାକେଜ୍ ପାଇବା ପାଇଁ ଆଶାୟୀ ଅଛନ୍ତି ବୋଲି ଆଇଟିଇଆର ଟ୍ରେନିଂ ଏବଂ ପ୍ଲେସ୍‌ମେଣ୍ଟର ମୁଖ୍ୟ ଡକ୍ଟର ସୁଜିତ କୁମାର ଦାସ କହିଛନ୍ତି।

ଡେ-ଜିରୋ କମ୍ପାନିଗୁଡ଼ିକରେ ପାଖାପାଖି ୫୦୦ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଚାକିରି ମିଳିବାର ସମ୍ଭାବନା ରହିଛି ବୋଲି ଡକ୍ଟର ଦାସ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here