ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଗଷ୍ଟ ୨୬ ତାରିଖ ଦିନ ଉଦ୍‍ଘାଟିତ ଷ୍ଟାର୍ଟ-ଅପ୍‍ ଓଡ଼ିଶା ଯାତ୍ରା ୨.୦ ଭ୍ୟାନ୍‍ ସୋଆ କ୍ୟାମ୍ପସରେ ପହଞ୍ଚିଛି। ଭ୍ୟାନ୍‍ଟି ସୋଆର ଫ୍ୟାକଲ୍ଟି ଅଫ୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନିକାଲ୍‍ ଏଜୁକେସନ୍‍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କ୍ୟାମ୍ପସ୍‍ରେ ପରିଦର୍ଶନ କରିଥିଲା। ଏହି କ୍ରମରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ସେମାନଙ୍କର ଷ୍ଟାର୍ଟ-ଅପ୍‍ ସମ୍ବନ୍ଧୀୟ ଚିନ୍ତାଧାରା ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।

୬୦ ଦିନ ମଧ୍ୟରେ ଓଡ଼ିଶାର ୩୦ ଜିଲ୍ଲାର ୧୦୦ଟି ଶିକ୍ଷାନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ଠାରୁ ଉଦ୍ୟୋଗ ସମ୍ପର୍କିତ ୫୦୦୦ରୁ ଊର୍ଦ୍ଧ୍ଵ ନୂତନ ଜ୍ଞାନକୌଶଳର ଉପାୟ ସଂଗ୍ରହ କରିବା ଏହି ଷ୍ଟାର୍ଟ-ଅପ୍‍ର ଲକ୍ଷ୍ୟ ରହିଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୧୩୦୦୦ ଷ୍ଟାର୍ଟ-ଅପ୍‍ ତାଲିକାଭୁକ୍ତ ହୋଇଥିବା ବେଳେ ଏମାନଙ୍କ ଭିତରୁ ୪୦ ପ୍ରତିଶତ ମହିଳା ଅଛନ୍ତି। ଏହି ଷ୍ଟାର୍ଟ-ଅପ୍‍ ଭ୍ୟାନ୍‍ଟିକୁ ଆଇଟିଇଆର୍‍ର ଡିନ୍‍ ପ୍ରଫେସର ପି.କେ. ସାହୁ, ଆଡିସ୍‍ନାଲ୍‍ ଡିନ୍‍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗର ପ୍ରଫେସରମାନେ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର ସତୀଶ କୁମାର ସାମଲ ଏବଂ ଶ୍ରୀ ଅଶୋକ କୁମାର ନାୟକ ପରିଚାଳନା କରିଥିଲେ।

Tags: #SOA #startupOdishaYatra2.0 #ITER #educationalinstitutions #OdishaEducation

Comment