ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଭେଟେରିନାରୀ ସାଇନ୍‍ସେସ୍‍ ଆଣ୍ଡ ଆନିମଲ୍‍ ହଜ୍‍ବ୍ୟାଣ୍ଡରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ସୋଆ ପକ୍ଷରୁ ନିକଟରେ ଏକ ଅର୍ବାନ୍‍ ଭେଟେରିନାରୀ ହସ୍ପିଟାଲ୍‍ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୦୦ ପଶୁ ଏବଂ ପକ୍ଷୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ଅନୁଷ୍ଠାନର ଡିନ୍‍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଶିକ୍ଷାର ଗୁଣବତା, କାର୍ଯ୍ୟଶୈଳୀର ଉନ୍ନତି ଏବଂ ନୈତିକତା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ସେହିପରି ଅନୁଷ୍ଠାନର ଫ୍ୟାକଲ୍ଟିମାନେ ସେମାନଙ୍କର ୬ଟି ଗବେଷଣାରତ ଗ୍ରୁପ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ, ଲାଇଭ୍‍ଷ୍ଟକ ପ୍ରଡକ୍ସନ୍‍, ଆନିମଲ୍‍ ଫୋଟାଲ୍‍ ଷ୍ଟେମ୍‍ ସେଲ୍‌ଫ ବାୟୋଲୋଜି, ଡିଜିଟାଲ୍‍ ଟେକ୍ନୋଲୋଜି ଇନ୍‍ ଭେଟେରିନାରୀ ସାଇନ୍ସ ଆଣ୍ଡ ସର୍ଭିସ୍‍, ଇନ୍‍-ଭିଟ୍ରୋ ଫର୍ଟିଲାଇଜେସନ୍‍ ଆଣ୍ଡ ଜର୍ମପ୍ଲାଜମ୍‍ କନ୍‍ଜରଭେସନ୍‍, ଆଇଡିଏନ୍‍ଏ ଟେକ୍ନୋଲୋଜି ଓ ନ୍ୟୁ ଭ୍ୟାକ୍ସିନ୍‍ ଡିଜାଇନିଂ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଏ ଅବସରରେ ଇଜ୍ଜତନଗର ସ୍ଥିତ ଆଇସିଏଆର୍‍-ଇଣ୍ଡିଆନ୍‍ ଭେଟେରିନାରୀ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଜି.ସି. ମହାନ୍ତି, ଅଭିକାନଗର ସ୍ଥିତ ଆଇସିଏଆର୍‍- ସେଣ୍ଟ୍ରାଲ୍‍ ସିପ୍‍ ଆଣ୍ଡ ଉଲ୍‍ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବି.ସି. ପଟ୍ଟନାୟକ, ଓଡ଼ିଶା ଭେଟେରିନାରୀ କାଉନ୍‍ସିଲ୍‍ର ଅଧ୍ୟକ୍ଷ ଡକ୍ଟର ଆର.ଏନ୍‍. ପଟ୍ଟନାୟକ, ଡକ୍ଟର ଜେ.ଏନ୍‍. ମହାନ୍ତି, ଡକ୍ଟର ଏ.ଟି. ରାଓ, ଡକ୍ଟର ଘନଶ୍ୟାମ ସାହୁ, ଡକ୍ଟର ବି.ସି. କର, ଡକ୍ଟର ପି.କେ. ଦେହୁରୀ, ଡକ୍ଟର ପି.ସି. ସାମଲ୍‍, ଡକ୍ଟର ଡି.ଏନ୍‍. ମହାନ୍ତି, ଡକ୍ଟର ପି,ଏନ୍‍. ମିଶ୍ର ଏବଂ ଡକ୍ଟର ସୁଶେନ୍‍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Tags: #SOA #VeterinaryScience #Animalhusbandary

Comment