ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ପାର୍କିନସନ ଦିବସ ପାଳିତ ହୋଇଯାଇଛି। ପାର୍କିନସନ ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ସମ ହସ୍ପିଟାଲର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏକ ୱାକାଥନ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧୦୦ ଜଣ ଡାକ୍ତର, ନର୍ସ ଓ ମେଡିକାଲ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ୱାକାଥନକୁ ସୋଆର ପ୍ରମୁଖ ଉପଦେଷ୍ଟା ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦ୍‌ଘାଟନ କରିଥିଲେ। ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ୍ ସୁପନରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ପ୍ରଫେସର ଡାକ୍ତର ସମୀର ସାହୁ, ପ୍ରଫେସର ଡାକ୍ତର ଲୁଲୁପ କୁମାର ସାହୁ ଓ ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ର ପାର୍କିନସନ ବ୍ୟାଧିର ଇତିହାସ ଏବଂ ଏହି ରୋଗକୁ ନେଇ ସଚେତନତା ସମ୍ପର୍କରେ ମତ ଦେଇଥିଲେ। ପାର୍କିନସନ ରୋଗୀଙ୍କୁ ସଚେତନ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ।

ଶେଷରେ ପିଜି ଏବଂ ଏମବିବିଏସ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଡିନ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର ପୁରସ୍କୃତ କରିଥିଲେ।

Tags: #WorldParkinsonsDay #SOA #Awareness

Comment