ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ -୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି। ହେଲେ ହାର୍ଟ ଆଟାକ୍ ଠିକ୍ ସମୟରେ ଜାଣି ପାରିଲେ ସିନା ଏହାର ଚିକିତ୍ସା କରିବେ। ନଚେତ ହାର୍ଟ ଆଟାକ୍ ଯୋଗୁଁ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି ବୋଲି ଡାକ୍ତର କୁହନ୍ତି।

ତେବେ କାହିଁକି ହୁଏ ହାର୍ଟ ଆଟାକ୍, ଏହାକୁ ଚିହ୍ନିବେ କେମିତି, ସେ ସମ୍ପର୍କରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

ହାର୍ଟ ଆଟାକ୍ କାହିଁକି ହୁଏ, ହାର୍ଟ ଆଟାକ୍‌କୁ ଚିହ୍ନିବେ କିପରି ଏବଂ କାହାକୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

Tags: Tags: #WorldHeartDay2024 #HeartDisease #HeartBlockage #UseHeartforAction #Awareness #HeartAttack #HeartCare #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here