ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ସୋମବାର ଦିନ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ରାମଲାଲ। ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ ମଧ୍ୟ ଡକ୍ଟର ମନୋରଞ୍ଜନ ନାୟକଙ୍କୁ ସାକ୍ଷାତ କରିଛନ୍ତି।

ରାମଲାଲ ଏବଂ ବିଦ୍ୟୁତ ମୁଖାର୍ଜୀ ସୋଆର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ନାୟକଙ୍କୁ ସାକ୍ଷାତ କରିବା ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଆରଏସଏସ୍ ତରଫରୁ ଜାରି ରହିଥିବା ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସଂଘ ନେତୃବୃନ୍ଦ ସମାଜର ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ଡାକ୍ତର ବସନ୍ତ କୁମାର ପତି ଉପସ୍ଥିତ ଥିଲେ।

Tags: #RSS #SOA #RSSChief #SOAFounder

Comment