ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି.ଏସ୍‍ ମୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ଜି.ଏସ୍‍ ମୂର୍ତ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ଏନ୍‍ଏସ୍‍ଏସ୍‍ର ରିଜିଓନାଲ ଡାଇରେକ୍ଟର ସରିତା ପଟେଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ। ପ୍ରଫେସର ବସନ୍ତ ପଣ୍ଡା ଜ୍ଞାନର ପିରଭାଷାକୁ ବିଭିନ୍ନ ସ୍କନ୍ଦ ପୁରାଣର ଶ୍ଳୋକ ମାଧ୍ୟମରେ ବାଖ୍ୟା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଏବଂ ସୋଆର ଲେକ୍‍ଚର୍ସ ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଉଟରିଚ୍‍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ପରିଚାଳନା କରିଥିଲେ।

Tags: #SOA #WorkshopOnIndianculture #IKS #Outrich

Comment