ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ (ସିଆଇଆଇ) ଅଧୀନସ୍ଥ ଷ୍ଟାର୍ଟଅପ ‘ୱିୱେର’କୁ ଇନୋଭେଟିଭ ଷ୍ଟାର୍ଟଅପ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ  ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ ମେଳାରେ ଏହି ପୁରସ୍କାର ଦିଆଯାଇଛି। ୱିୱେର ଷ୍ଟାର୍ଟଅପ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରଥମ ପୁରସ୍କାରଟି ‘ଷ୍ଟୁଡେଣ୍ଟ ଇନୋଭେଟିଭସ, ଷ୍ଟୁଡେଣ୍ଟ ଏଗଜିବିଟର’ ପାଇଁ ମିଳିଥିବାବେଳେ ଦ୍ୱିତୀୟଟି ‘ଆୱାର୍ଡ ଅଫ୍ ରେକୋଗନାଇଜେସନ’ ଲାଗି ମିଳିଛି।

ପୁରସ୍କାର ବାବଦକୁ ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କା, ସିଲ୍ ଓ ଉପଢୌକନ ପ୍ରଦାନ କରାଯାଇଛି। ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଷ୍ଟାର୍ଷ୍ଟଅପ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ  ତ୍ରିପାଠୀ, ଏମଏସଏମଇ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପରିଷଦ ଅଧ୍ୟକ୍ଷ  ଡକ୍ଟର ସୁବ୍ରତ ବାଗଚୀ ଓ ଷ୍ଟାର୍ଟଅପ ଓଡ଼ିଶାର ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ।

ଏହି ଛାତ୍ରଛାତ୍ରୀମାନେ ପୂର୍ବର ଦୁବାଇରେ ଆୟୋଜିତ ଜିଆଇଟିଇଏକ୍ସ ଗ୍ଲୋବାଲ କାର୍ଯ୍ୟକ୍ରମରେ ସୁପରନୋଭା ୟୁଥ୍ ଏଣ୍ଟରପ୍ରିନ୍ୟୁଓର ସମ୍ମାନ ପାଇଥିଲେ।

Tags: #SOA #Students #Startup #CII #InnovativeStartupAward

LEAVE A REPLY

Please enter your comment!
Please enter your name here