ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ ସ୍ମାର୍ଟଫୋନ୍ କମ୍ପାନି ସାଓମୀ ଏବଂ ରିୟଲମି ମଧ୍ୟରେ ବର୍ତ୍ତମାନ ଭାରତ ବଜାରରେ ଟକ୍କର ଚାଲିଛି। ଗତ କିଛି ମାସ ତଳେ ସାଓମୀ ଲଞ୍ଚ୍ କରିଥିବା ‘ରେଡ୍ମି ନୋଟ୍-୭ ପ୍ରୋ’ ସ୍ମାର୍ଟଫୋନ୍କୁ ଟକ୍କର ଦେବାକୁ ରିୟଲମି ଭାରତରେ ଲଞ୍ଚ କରିଛି ‘ରିୟଲମି ଏକ୍ସ’। ଭାରତ ବଜାରରେ ‘ରେଡ୍ମି ନୋଟ୍-୭ ପ୍ରୋ’ ଏବଂ ‘ରିୟଲମି ଏକ୍ସ’ ମଧ୍ୟରେ କଡ଼ା ଟକ୍କର ଲାଗିଛି।
ଭାରତରେ ‘ରିୟଲମି ଏକ୍ସ’ର ପ୍ରାରମ୍ଭିକ ଦାମ ୧୬,୯୯୯ ଟଙ୍କା ରହିଥିବା ବେଳେ ‘ରେଡ୍ମି ନୋଟ୍-୭ ପ୍ରୋ’ର ରହିଛି ୧୩,୯୯୯ଟଙ୍କା। ତେବେ ଏହି ଦୁଇ ସ୍ମାଟଫୋନ୍ ମଧ୍ୟରେ କ’ଣ ସମାନତା ରହିଛି ଏବଂ କ’ଣ ଅଲଗା ଆସନ୍ତୁ ଜାଣିବା।

‘ରିୟଲମି ଏକ୍ସ’ ସ୍ମାର୍ଟଫୋନ୍
- ଭାରତ ‘ରିୟଲମି ଏକ୍ସ’ ସ୍ମାର୍ଟଫୋନ୍ର ଦୁଇଟି ଭାରିଏଣ୍ଟ ମିଳୁଛି। ୪ଜିବି ରାମ୍ ଏବଂ ୮ ଜିବି ରାମ୍। ଉଭୟ ସ୍ମାର୍ଟଫୋନ୍ରେ ଇଣ୍ଟର୍ଣ୍ଣାଲ୍ ମେମୋରୀ ୧୨୮ ଜିବି ରହିଛି।
- ୬.୫୩ ଇଞ୍ଚ ବିଶିଷ୍ଟ ଫୁଲ୍ ଏଚ୍ଡି ଡିସପ୍ଲେ
- ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୭୧୦ ପ୍ରୋସେସର
- ଡୁଅଲ୍ ରିୟର କ୍ୟାମେରା(୪୮+୫) ମେଗାପିକ୍ସେଲ
- ୧୬ ମେଗାପିକ୍ସେଲ ବିଶିଷ୍ଟ ପପ୍-ଅପ୍ ସେଲ୍ଫି କ୍ୟାମେରା
- ୩୭୬୫ ଏମ୍ଏଚ୍ ବ୍ୟାଟେରୀ

‘ରେଡ୍ମି ନୋଟ୍-୭ ପ୍ରୋ’ ସ୍ମାର୍ଟଫୋନ୍
- ଭାରତ ‘ରେଡ୍ମି ନୋଟ୍-୭ ପ୍ରୋ‘ ସ୍ମାର୍ଟଫୋନ୍ର ତିନୋଟି ଭାରିଏଣ୍ଟ ମିଳୁଛି। ୪ଜିବି ରାମ୍ ୬୪ ଜିବି ରୋମ୍। ୬ ଜିବି ରାମ୍ ୬୪ ଜିବି ରୋମ୍ ଏବଂ ୬ ଜିବି ରାମ୍ ୧୨୮ ଜିବି ରୋମ୍।
- ୬.୩ ଇଞ୍ଚ ବିଶିଷ୍ଟ ଫୁଲ୍ ଏଚ୍ଡି ଡଟ୍ ନଚ୍ ଡିସପ୍ଲେ
- ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ପ୍ରୋସେସର
- ଡୁଅଲ୍ ରିୟର କ୍ୟାମେରା(୪୮+୫) ମେଗାପିକ୍ସେଲ
- ୧୩ ମେଗାପିକ୍ସେଲ ବିଶିଷ୍ଟ ସେଲ୍ଫି କ୍ୟାମେରା
- ୪୦୦୦ ଏମ୍ଏଚ୍ ବ୍ୟାଟେରୀ










