ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଅନଲାଇନ୍ ସପିଙ୍ଗ୍ ଷ୍ଟୋର ଫ୍ଲିପକାର୍ଟ ରବିବାରଠାରୁ ତା’ର ରିପବ୍ଲିକ୍ ଡେ ସେଲ୍ ଆରମ୍ଭ କରିଛି। ଏହି ସେଲ୍ ଜାନୁଆରି ୧୯ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ସେଲରେ ଗ୍ରାହକମାନେ ମୁଖ୍ୟତଃ ମୋବାଇଲ୍ ଫୋନ ଉପରେ ଜବରଦସ୍ତ ଅଫର୍ ପାଇବେ। ବିଶେଷ କରି Realme, Asus ଓ Huawei କମ୍ପାନିର ସାମଗ୍ରୀ ଉପରେ ଲୋକମାନେ ଅଫର୍ ପାଇପାରିବେ। ଏହାସହିତ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡଧାରୀମାନେ ଏଥିରେ ୧୦ ପ୍ରତିଶତ ରିହାତି ପାଇପାରିବେ।ଏହି ସେଲରେ Realme 5 Pro ଫୋନ୍ ଉପରେ ଗ୍ରାହକମାନେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ ପାଇପାରିବେ। ସେହିଭଳି Realme X ଓ  Realme XT ମୋବାଇଲ୍ ଫୋନକୁ ଗ୍ରାହକମାନେ ୨ ହଜାର ଟଙ୍କା କମରେ ପାଇପାରିବେ।

ସେହିପରି Asus 6Z ମୋବାଇଲ ଉପରେ ଗ୍ରାହକମାନେ ୪ ହଜାର ଟଙ୍କାର ଛାଡ଼ ପାଇବେ। ଏହାସହିତ Asus 5Z ମୋବାଇଲ୍ ଫୋନ୍ ମଧ୍ୟ ଆପଣମାନେ ମାତ୍ର ୧୫ ହଜାର ୯୯୯ ଟଙ୍କାରେ ପାଇପାରିବେ। Huawei  ଘଣ୍ଟା ଉପରେ ମଧ୍ୟ ଗ୍ରାହକମାନେ ୧ ହଜାର ଟଙ୍କା ସଞ୍ଚୟ କରିପାରିବେ।

Comment