ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନରେ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। କାରଣ ଡିସେମ୍ବର ୨୬ରୁ ଇ-କମର୍ସ କମ୍ପାନି ଫ୍ଲିପକାର୍ଟରେ ଇଲେକ୍ଟ୍ରୋନିକ୍ସ ୨୦୨୦ ସେଲ୍ ଆରମ୍ଭ ହେବାକୁ ଯାଉଛି। ଡିସେମ୍ବର ୨୮ ଯାଏଁ ଚାଲିବାକୁ ଥିବା ଏହି ସେଲରେ ବିଭିନ୍ନ ସ୍ମାର୍ଟଫୋନ୍ ଉପରେ ଆକର୍ଷଣୀୟ ରିହାତି ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

କେଉଁ ଫୋନରେ କେତେ ରିହାତି?

  • iPhone SE 2020ର ୬୪ ଜିବି ବିଶିଷ୍ଟ ମଡେଲ ୩୨,୯୯୯ ଟଙ୍କାରେ ଉପଲବ୍ଧ ହେବ। ଚଳିତବର୍ଷ ଆରମ୍ଭରେ ଏହି ଫୋନକୁ ୪୨,୫୦୦ ଟଙ୍କାରେ ଲଞ୍ଚ୍ କରାଯାଇଥିଲା। ତେଣୁ ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ସେଲରେ ଏହି ସ୍ମାର୍ଟଫୋନ୍ ଉପରେ ୯,୫୦୧ ଟଙ୍କା ରିହାତି ମିଳିବ। ଏଥିସହ ଏକ୍ସଚେଞ୍ଜ୍ ଅଫର୍ ମାଧ୍ୟମରେ ଗ୍ରାହକଙ୍କୁ ୧୩,୨୦୦ ଟଙ୍କାର ରିହାତି ମିଳିବ।

  • Realme X3 SuperZoom ଉପରେ ଗ୍ରାହକଙ୍କୁ ୪,୦୦୦ ଟଙ୍କାର ରିହାତି ମିଳିବ। ତେଣୁ ଏହି ସ୍ମାର୍ଟଫୋନକୁ ୨୭,୯୯୯ ଟଙ୍କା ବଦଳରେ ଗ୍ରାହକମାନେ ୨୩,୯୯୯ ଟଙ୍କାରେ କିଣିପାରିବେ।

  • ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ୨୦୨୦ ସେଲରେ iPhone 11 Proର ୬୪ ଜିବି ମଡେଲ ୭୯,୯୯୯ ଟଙ୍କାରେ ଉପଲବ୍ଧ ହେବ। ବର୍ତ୍ତମାନ ଏହାକୁ ୮୪,୯୦୦ ଟଙ୍କାରେ ବିକ୍ରି କରାଯାଉଛି। ତେଣୁ ସେଲ୍ ସମୟରେ ଏହି ସ୍ମାର୍ଟଫୋନ୍ ଉପରେ ଗ୍ରାହକମାନେ ୪,୯୦୧ ଟଙ୍କାର ରିହାତି ପାଇବେ। ଏକ୍ସଚେଞ୍ଜ୍ ଅଫର୍ ଜରିଆରେ ଏହି ଫୋନ୍ ଉପରେ ୧୩,୨୦୦ ଟଙ୍କାର ରିହାତି ମିଳିବ।

  • ଫ୍ଲିପକାର୍ଟର ଏହି ସେଲରେ iPhone XR ଉପରେ ୩୮,୯୯୯ ଟଙ୍କାର ରିହାତି ଦିଆଯିବ। ସେହିପରି Helio G90T ପ୍ରୋସେସର ବିଶିଷ୍ଟ Realme 6କୁ ଗ୍ରାହକମାନେ ୧୧,୯୯୯ ଟଙ୍କାରେ କିଣିପାରିବେ। ବର୍ତ୍ତମାନ ଏହାକୁ ୧୪,୯୯୯ ଟଙ୍କାରେ ବିକ୍ରି କରାଯାଉଛି।

ଅତିରିକ୍ତ ରିହାତି

ଏହି ସେଲରେ ଆଇସିଆଇସିଆଇ ବ୍ୟାଙ୍କ କାର୍ଡଧାରୀମାନେ ୧୦ ପ୍ରତିଶତ ଅତିରିକ୍ତ ରିହାତି ପାଇବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment