ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଟ୍ୱିଟରରେ ମଧ୍ୟ କରିହେବ ଭିଡିଓ ଏବଂ ଅଡିଓ କଲ। ଖୁବଶୀଘ୍ର ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଏନେଇ ଗୁରୁବାର ଟ୍ୱିଟର ମାଲିକ ଏଲନ ମସ୍କ ଟ୍ୱିଟ କରି ଘୋଷଣା କରିଛନ୍ତି।

ଏଲନ ମସ୍କଙ୍କ ସୂଚନା ଅନୁସାରେ ଟ୍ୱିଟରର ଏହି କଲିଂ ଫିଚର ଆଣ୍ଡ୍ରଏଡ୍, ଆଇଓଏସ, ମ୍ୟାକ ଓ ପିସି ଭଳି ସବୁ ପ୍ଲାଟଫର୍ମରେ କାମ କରିବ। ଏଥିପାଇଁ କୌଣସି ମୋବାଇଲ ନମ୍ବରର ଆବଶ୍ୟକତା ପଡ଼ିବ ନାହିଁ।

ଟ୍ୱିଟରର ଏହି ନୂଆ ଫିଚର ଡାଇରେକ୍ଟ ମେସେଜ୍ (ଡିଏମ୍) ମେନୁରେ ମିଳିବ। ଟ୍ଵିଟରର ନୂଆ ଡିଏମ୍ ମେନୁର ଡିଜାଇନ୍ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ସହିତ ସମାନ ହେବ।

କଲିଂ ଫିଚର ଦ୍ଵାରା ଟ୍ୱିଟରରେ ଯୋଗାଯୋଗ ସୁବିଧା ବୃଦ୍ଧି ହେବା ସହ ବ୍ୟବହାରକାରୀଙ୍କୁ ପରସ୍ପର ସହ ଯୋଡ଼ିହେବା ପାଇଁ ଅଧିକ ସୁଯୋଗ ମିଳିବ। ଏପରି କଲିଂ ଫିଚର ଆଣି ସୋସିଆଲ ମିଡିଆ କମ୍ପାନି ‘ମେଟା’କୁ ଚ୍ୟାଲେଞ୍ଜ କରିଛି ଟ୍ୱିଟର।

Tags: #Twitter #NewCallingFeature #ElonMusk #Socialmedia #Technology

Comment