ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋବାଇଲ ଫୋନ କିଣିବାକୁ ଇଚ୍ଛୁକ ଅଛନ୍ତି କି? ସ୍ଵଦେଶୀ ମୋବାଇଲ ନିର୍ମାତା କମ୍ପାନି ଲାଭା ଆଣିଛି ନୂଆ ଅଫର। ଏହି ଅଫରର ନାଁ ରହିଛି ‘କଷ୍ଟୋମାଇଜ ୟୁଓର ଫୋନ’। ଫୋନରେ ଆପଣ ଯେଉଁ ଯେଉଁ ଫିଚର ରଖିବାକୁ ଚାହିଁବେ ସେହି ଅନୁସାରେ ଆପଣ ଫୋନ କିଣି ପାରିବେ। ଏଥିପାଇଁ ଆଗୁଆ ମନ ପସନ୍ଦର ଫିଚର ବାଛି ଅର୍ଡର ଦେବାକୁ ହେବ।

ଲାଭାର ଏହି ଅଫର ଅନୁସାରେ ଆପଣ କିଣିବାକୁ ଚାହୁଁଥିହା ଫୋନରେ ଫ୍ରଣ୍ଟ କ୍ୟାମେରା, ରିଅର କ୍ୟାମେରା, ରାମ୍, ରୋମ୍, ଫୋନ ରଙ୍ଗ ଇତ୍ୟାଦି ଆପଣ ନିଜ ପସନ୍ଦ ଅନୁସାରେ ବାଛିପାରିବେ। ଉଦାହରଣ ସ୍ଵରୂପ ଆପଣ ଫୋନରେ ୪ ଜିବି ରାମ୍ ସହିତ ୧୨୮ ଜିବି ରୋମ୍, ୧୬ ମେଗାପିକ୍ସେଲ ରିଅର କ୍ୟାମେରା, ୧୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଏବଂ ନୀଳ ରଙ୍ଗର ବଡି ଚାହୁଁଛନ୍ତି। ତେବେ ଏଥିପାଇଁ ଫୋନ ଅର୍ଡର ଦେବା ଆଗରୁ ଆପଣଙ୍କୁ ନିଜ ପସନ୍ଦ ଅନୁସାରେ ଫିଚର ବାଛିବାକୁ ପଡ଼ିବ।ଏହାପରେ ଆପଣଙ୍କ ପସନ୍ଦର ଫିଚର ଥିବା ଫୋନର ମୂଲ୍ୟ କେତେ ହେବ ତାହା ସଙ୍ଗେ ସଙ୍ଗେ କମ୍ପାନି ଆପଣଙ୍କୁ ଜଣାଇ ଦେବ। ଏଥି ସହ ଅର୍ଡରର ମାତ୍ର ୧୦ ଦିନ ଭିତରେ ଫୋନ ଆପଣ ପାଇପାରିବେ।

ଏହି ଫୋନ ଅର୍ଡର କରିବା ପାଇଁ – କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here