ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ସାଓମି ନିଜର ନୂଆ ଫୋନ୍ Redmi Note 9T 5Gକୁ ଆସନ୍ତା ୮ ତାରିଖରେ ଲଞ୍ଚ୍ କରିବାକୁ ଯାଉଛି। ଏହି ଫୋନରେ ପଞ୍ଚ୍ ହୋଲ୍ କ୍ୟାମେରା, ମିଡିଆଟେକ୍ ଡାଇମେନସିଟି ୮୦୦ୟୁ ପ୍ରୋସେସର ମିଳିବ। ଏଥିସହ ଆହୁରି ଅନେକ ଆକର୍ଷଣୀୟ ଫିଚର ଦିଆଯିବ ବୋଲି କୁହାଯାଉଛି।

ଫିଚର

Redmi Note 9T 5Gରେ ୧,୦୮୦ x ୨,୩୪୦ ପିକ୍ସେଲବିଶିଷ୍ଟ ୬.୫୩ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ମିଳିବ। ଏଥିସହ ମିଡିଆଟେକ୍ ଡାଇମେନସିଟି ୮୦୦ୟୁ ପ୍ରୋସେସର, LPPRDR4x ରାମ୍ ଏବଂ UFS 2.2 ଷ୍ଟୋରେଜ୍ ଦିଆଯିବ। ବ୍ଲାକ୍ ଓ ଭାଓଲେଟ୍ ପରି ଦୁଇଟି ରଙ୍ଗରେ ଏହି ଫୋନ୍ ଉପଲବ୍ଧ ହେବ।

ଷ୍ଟୋରେଜ୍

ଏହି ସ୍ମାର୍ଟଫୋନ ଦୁଇଟି ମଡେଲରେ ଉପଲବ୍ଧ ହୋଇପାରେ। ପ୍ରଥମ ମଡେଲରେ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଏବଂ ଦ୍ୱିତୀୟ ମଡେଲରେ ୪ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇପାରେ।କ୍ୟାମେରା

ସାଓମିର ଏହି ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ମିଳିବ। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଦିଆଯିବ। ଏଥିସହ ୮ ମେଗାପିକ୍ସେଲର ଅଲଟ୍ରା ଓ୍ୱାଇଡ୍ କ୍ୟାମେରା ଓ ୨ ମେଗାପିକ୍ସେଲର ଡେପଥ୍ କ୍ୟାମେରା ମିଳିବ। ସେହିପରି ସେଲ୍ଫି ପାଇଁ ଏହି ଫୋନରେ ୧୩ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିବ ବୋଲି ଅନୁମାନ କରାଯାଉଛି।

ବ୍ୟାଟେରି

Redmi Note 9T 5Gରେ ୫,୦୦୦mAh ବ୍ୟାଟେରି ଓ ଏନ୍ଏଫସି ସପୋର୍ଟ ମିଳିବ। ଏହା ସହିତ ୧୮ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଉଛି।

Comment