ଓଡ଼ିଶାଲାଇଭ୍ ବ୍ୟୁରୋ

ଇ-କମର୍ସ କମ୍ପାନି ଫ୍ଲିପକାର୍ଟରେ ୨୦୨୦ର ଶେଷ ସେଲ୍ ଆରମ୍ଭ ହୋଇଯାଇଛି। ମୋବାଇଲ୍ସ ଇୟର ଏଣ୍ଡ୍ ନାମରେ ଚାଲିଥିବା ଏହି ସେଲରେ ସାମସଙ୍ଗଠାରୁ ଆରମ୍ଭ କରି ଭିଭୋ, ରିୟଲ ମି ଆଦି ଫୋନ ଉପରେ ଆକର୍ଷଣୀୟ ରିହାତି ମିଳୁଛି। ଏହି ସେଲ୍ ଡିସେମ୍ବର ୩୧ ତାରିଖରେ ଶେଷ ହେବ।

କେଉଁ ଫୋନରେ କେତେ ରିହାତି?

ଫ୍ଲିପକାର୍ଟର ମୋବାଇଲ୍ସ ଇୟର ଏଣ୍ଡ୍ ସେଲରେ ବିଭିନ୍ନ ସ୍ମାର୍ଟଫୋନ ଉପରେ ଦମଦାର୍ ରିହାତି ମିଳୁଛି।

  • Realme X3 SuperZoom ଫୋନ ଉପରେ ଆପଣଙ୍କୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ଏହି ଫୋନର ବିକ୍ରି ମୂଲ୍ୟ ୨୭,୯୯୯ ଟଙ୍କା ଥିବା ବେଳେ ଏହି ସେଲରେ ତାହା ୨୩,୯୯୯ ଟଙ୍କାରେ ଉପଲବ୍ଧ ହେଉଛି।
  • Poco X3, Poco C3, Poco M2, Poco M2 Pro ଯଥାକ୍ରମେ ୧୫,୯୯୯ ଟଙ୍କା, ୭,୯୯୯ ଟଙ୍କା, ୯,୯୯୯ ଟଙ୍କା, ୧୨,୯୯୯ ଟଙ୍କାରେ ଉପଲବ୍ଧ ହେଉଛି।
  • Moto G9 ଫୋନ ୧୦,୯୯୯ ଟଙ୍କା ଏବଂ Motorola Razr (2019) ୭୪,୯୯୯ ଟଙ୍କାରେ ମିଳୁଛି।

  • iPhone XR, iPhone SE (2020), Realme 6 ପରି ଟପ୍ ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ରିହାତି ମିଳୁଛି।
  • ସାମସଙ୍ଗ ଗାଲାକ୍ସି F41, Vivo V20 Pro ପରି ପାଓ୍ୱାରଫୁଲ ଫୋନ ଉପରେ ମଧ୍ୟ ରିହାତି ମିଳୁଛି।

ଅତିରିକ୍ତ ରିହାତି

ଫ୍ଲିପକାର୍ଟର ଏହି ସେଲରେ ଗ୍ରାହକଙ୍କୁ ନୋ କଷ୍ଟ ଇଏମଆଇ ଏବଂ ଏକ୍ସଚେଞ୍ଜ୍ ଅଫର ମିଳୁଛି। ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ରଖିଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ଅତିରିକ୍ତ ରିହାତି ମିଳୁଛି।

Comment