ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ହୁଓ୍ଵାଇ ନିଜ ନୂଆ ବଜେଟ୍ ଫୋନ୍ Enjoy 20 SEକୁ ଲଞ୍ଚ୍ କରିଛି। ଏହି ଫୋନ୍‌ରେ ପଞ୍ଚ୍ ହୋଲ୍ କ୍ୟାମେରା ସହ ୫,୦୦୦ ଏମ୍‌ଏଏଚ୍ ବ୍ୟାଟେରି ଦିଆଯାଇଛି। ଏଥିସହ ଆହୁରି ଅନେକ ଦମ୍‌ଦାର୍ ଫିଚର୍ ମିଳୁଛି।

ଫିଚର

Huawei Enjoy 20 SE ସ୍ମାର୍ଟଫୋନ୍‌ରେ ୬.୬୭ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଏଲ୍‌ସିଡି ପଞ୍ଚ୍ ହୋଲ୍ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୧,୦୮୦x୨,୪୦୦ ପିକ୍ସେଲର ସ୍କ୍ରିନ୍ ରିଜୋଲ୍ୟୁସନ ମିଳୁଛି। ଏହି ଫୋନ୍‌ରେ ଅକ୍ଟାକୋର୍ କିରିନ୍ ୭୧୦ଏ ପ୍ରୋସେସର ଲାଗିଛି। ଏହା ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ।କ୍ୟାମେରା

ଏହି ଫୋନ୍‌ରେ ଟ୍ରିପଲ୍ ରିୟର କ୍ୟାମେରା ସେଟ୍‌ଅପ୍ ମିଳୁଛି। ଏଥିରେ ୧୩ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, ୮ ମେଗାପିକ୍ସେଲର ଓ୍ଵାଇଡ୍ ଆଙ୍ଗେଲ୍ କ୍ୟାମେରା ଓ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଦିଆଯାଇଛି। ରିୟର କ୍ୟାମେରାରେ 6X ଜୁମ୍ ଏବଂ ଅଟୋଫୋକସ୍ ଫିଚର ମିଳୁଛି। ସେଲ୍‌ଫି ପାଇଁ ଏହି ଫୋନ୍‌ରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ବ୍ୟାଟେରି

ହୁଓ୍ଵାଓ୍ଵେର ଏହି ସ୍ମାର୍ଟଫୋନ୍‌ରେ ୫,୦୦୦ mAhର ବ୍ୟାଟେରି ଦିଆଯାଇଛି। ଏହା ସହିତ ୨୨.୫ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି।ଷ୍ଟୋରେଜ୍ ଓ ଦାମ୍

Huawei Enjoy 20 SE ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ଏହାର ୪ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍‌ବିଶିଷ୍ଟ ମଡେଲ ୧୪,୬୦୦ ଟଙ୍କାରେ ଲଞ୍ଚ୍ ହୋଇଛି। ସେହିପରି ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍‌ବିଶିଷ୍ଟ ମଡେଲଟି ୧୬,୯୦୦ ଟଙ୍କାରେ ଲଞ୍ଚ୍ କରାଯାଇଛି।

ତେବେ ଏହି ଫୋନ୍‌କୁ କେବଳ ଚୀନରେ ହିଁ ଲଞ୍ଚ୍ କରାଯାଇଛି। ଆସନ୍ତା ବର୍ଷ ଆରମ୍ଭରେ ଏହାକୁ ଭାରତରେ ଲଞ୍ଚ୍ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here