ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ଭାରତରେ ୫-ଜି ସେବା ଆରମ୍ଭ କରିବାକୁ ଘୋଷଣା କରିସାରିଛି। କମ୍ପାନି ଦୀପାବଳି ଅବସରରେ ଜିଓ ୫-ଜି ସେବା ଆରମ୍ଭ କରି ଉପଭୋକ୍ତାଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପହାର ଦେବ। ସେଥିପାଇଁ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ, ଆପଣଙ୍କ ସ୍ମାର୍ଟଫୋନରେ ଜିଓ ୫-ଜି ସେବା କାମ କରିବ କି ନାହିଁ। ଯଦି ଆପଣଙ୍କର ସ୍ମାର୍ଟଫୋନ୍ ୫-ଜିକୁ ସପୋର୍ଟ କରୁନାହିଁ, ତେବେ ଆପଣଙ୍କୁ ଏକ ନୂତନ ୫-ଜି ସ୍ମାର୍ଟଫୋନ୍ କିଣିବାକୁ ପଡିବ। ଏହାପରେ ହିଁ ଆପଣ ହାଇସ୍ପିଡ୍ ଇଣ୍ଟରନେଟର ଲାଭ ଉଠାଇ ପାରିବେ। ତେବେ ଏହି ସହଜ ଉପାୟରେ ଆପଣ ସ୍ମାର୍ଟଫୋନର ୫-ଜି କନେକ୍ଟିଭିଟି ବିଷୟରେ ଜାଣିପାରିବେ।

ସ୍ମାର୍ଟଫୋନର ୫ଜି କନେକ୍ଟିଭିଟି ଜାଣିବାର ଉପାୟ

  • ନିଜ ସ୍ମାର୍ଟଫୋନର ସେଟିଙ୍ଗସ୍ ଆପ୍‌ ଖୋଲନ୍ତୁ।
  • ସେଠାରେ ଓ୍ବାଇଫାଇ ଆଣ୍ଡ ନେଟ୍ଓ୍ବର୍କ ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ  ‘ସିମ୍ ଆଣ୍ଡ ନେଟଓ୍ବର୍କ’ ଅପ୍ସନ ଚୟନ କରନ୍ତୁ।
  • ସେଠାରେ ଆପଣଙ୍କୁ ପ୍ରିଫର୍ଡ ନେଟଓ୍ବର୍କ ଟାଇପ ତଳେ ସବୁ ନେଟୱର୍କ ଟେକ୍ନୋଲୋଜୀର ତାଲିକା ମିଳିବ।
  • ତାଲିକାରେ ୨-ଜି/୩-ଜି/୪-ଜି/୫-ଜି ରହିଥିଲେ ଆପଣଙ୍କ ସ୍ମାର୍ଟଫୋନ ୫-ଜିକୁ ସପୋର୍ଟ କରିବ।
    Tags: #5G #HighSpeedInternet #Smartphone #ConnectivityOf5G #RelianceJio

Comment