ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓର ୫ଜି ଷ୍ଟାଣ୍ଡ୍‌-ଆଲୋନ୍ ଟେକ୍ନୋଲୋଜିରେ ଚାଲିବ ୱାନ୍‌ପ୍ଲସ୍ ସ୍ମାର୍ଟଫୋନ୍। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍‌ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ବେଙ୍ଗାଳୁରୁରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି। ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ଦୁଇ କମ୍ପାନି ମଧ୍ୟରେ ଏହି ଚୁକ୍ତି ସ୍ଵାକ୍ଷର ହୋଇଥିଲା।

ୱାନ୍‌ପ୍ଲସ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ଜିଓ ତରଫରୁ ନୂଆ ‘ୱାନ୍‌ପ୍ଲସ୍ ଆନିଭର୍ସରି ଅଫର’ ଅଣାଯାଇଛି। ଏହି ଅଫରରେ ଗ୍ରାହକମାନଙ୍କୁ ୧୦,୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ଏହି ଅଫର ଡିସେମ୍ବର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କୁ ୧,୪୯୯ ଟଙ୍କାର ରେଡ କେବଲ୍ କେୟାର ପ୍ଲାନ୍ ଏବଂ ୩୯୯ ଟଙ୍କାର ଜିଓ ସାୱନ ପ୍ରୋ ପ୍ଲାନର ଲାଭ ମଧ୍ୟ ମିଳିବ। ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍‌ପ୍ଲସ୍‌ର ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ଅନ୍ୟ କେତେକ ସ୍ମାର୍ଟଫୋନଗୁଡ଼ିକରେ ଜିଓର ୫ଜି ଷ୍ଟାଣ୍ଡ୍‌-ଆଲୋନ୍ ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ।

“ଭାରତରେ ୫ଜି ଡିଭାଇସ୍‌ର ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ୱାନ୍‌ପ୍ଲସ୍ ଜିଓ ସହିତ ମିଶି କାର୍ଯ୍ୟ କରୁଛି। ୫ଜି ସ୍ମାର୍ଟଫୋନ୍‌ର ବାସ୍ତବିକ ଶକ୍ତି ଜିଓର ୫ଜି ନେଟ୍‌ୱର୍କ ଦ୍ୱାରା ହାସଲ କରାଯାଇପାରିବ। ଜିଓ ଏହାର ୫ଜି ନେଟ୍‌ୱର୍କକୁ ଷ୍ଟାଣ୍ଡ୍‌-ଆଲୋନ୍ ୫ଜି ନେଟ୍‌ୱର୍କ ଭାବେ ପ୍ରସ୍ତୁତ କରିଛି। ୱାନପ୍ଲସ୍‌ର ଡିଭାଇସ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକ ଏହି କ୍ଷେତ୍ରରେ ଜିଓ ୱେଲକମ୍ ଅଫର ଅଧୀନରେ ଅସୀମିତ ୫ଜି ଇଣ୍ଟରନେଟ୍‌କୁ ବ୍ୟବହାର କରିପାରିବେ’’, କହିଛନ୍ତି ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ସୁନିଲ ଦତ୍ତ।

ଭାରତରେ ୱାନପ୍ଲସ୍ ବ୍ୟବହାରକାରୀମାନଙ୍କ ଲାଗି ୫ଜି ପ୍ରଯୁକ୍ତି ଆଣିବା ପାଇଁ ଜିଓ ଟିମ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ୫ଜି ପ୍ରଯୁକ୍ତିକୁ ବ୍ୟବହାର କରି ଗ୍ରାହକମାନେ ନିରବଚ୍ଛିନ୍ନ ଏବଂ ହାଇସ୍ପିଡ ଇଣ୍ଟରନେଟର ଅନୁଭୂତି ଏବଂ ଖୁସି ହାସଲ କରିପାରିବେ’’, କହିଛନ୍ତି ୱାନ୍‌ପ୍ଲସ୍ ଇଣ୍ଡିଆର ସିଇଓ ନବନୀତ ନାକରା।

ଭାରତୀୟ ଗ୍ରାହକମାନଙ୍କ ପାଇଁ ୫ଜି ଟେକ୍ନୋଲୋଜିକୁ ଆହୁରି ଅଧିକ ସୁଲଭ କରିବା ଲାଗି ଜିଓ ଏବଂ ୱାନପ୍ଲସ୍‌ର ଟିମ୍ ସକ୍ରିୟ ଭାବେ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଉତ୍ପାଦ ପୋର୍ଟଫୋଲିଓରେ ନିଜ ୫ଜି ଟେକ୍ନୋଲୋଜିଭିତ୍ତିକ ସେବାକୁ ସମ୍ପ୍ରସାରିତ କରିବା ଉପରେ କାର୍ଯ୍ୟ କରୁଛନ୍ତି।

Tags: #5Gstand-aloneTechnology #Oneplus #Reliancejio #Smartphone #ରିଲାଏନ୍ସ ଜିଓ #ୱାନପ୍ଲସ୍

LEAVE A REPLY

Please enter your comment!
Please enter your name here