ଓଡ଼ିଶାଲାଇଭ୍ ବ୍ୟୁରୋ

ବେଳେବେଳେ ଫୋନ ଚାର୍ଜ ହେବା ପାଇଁ ଅଧିକ ସମୟ ନେଇଥାଏ। ଏଥିପାଇଁ ଅନେକ ସମସ୍ୟା ମଧ୍ୟ ଉପୁଜିଥାଏ। ଯଦି ଆପଣ ବି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣାଇଲେ ଆପଣଙ୍କ ଫୋନ ଖୁବଶୀଘ୍ର ଚାର୍ଜ ହୋଇଯିବ।

ଫ୍ଲାଇଟ୍ ମୋଡ୍ କରିଦିଅନ୍ତୁ

ଫୋନକୁ ଚାର୍ଜ କରିବା ସମୟରେ ଫ୍ଲାଇଟ୍ ମୋଡ୍ ଅନ୍ କରିଦିଅନ୍ତୁ। ଏଭଳି କରିବା ଦ୍ୱାରା ଫୋନର ସବୁ କାମ ବନ୍ଦ ହୋଇଯିବ। ବ୍ୟାଟେରି ମଧ୍ୟ ଖର୍ଚ୍ଚ ହେବନାହିଁ। ଫଳରେ ବହୁତ ଜଲଦି ଆପଣଙ୍କ ଫୋନ ଚାର୍ଜ ହୋଇଯିବ।ୟୁଏସବିରୁ ଚାର୍ଜ କରନ୍ତୁ ନାହିଁ

ଅନେକ ସମୟରେ ଆମେ ଲାପଟପ୍ ବା କମ୍ପ୍ୟୁଟରରେ କାମ କରିବା ସମୟରେ ଫୋନକୁ ୟୁଏସବି କେବଲ ସାହାଯ୍ୟରେ ଚାର୍ଜ କରିଥାଉ। କିନ୍ତୁ ୟୁଏସବି ପୋର୍ଟ ଅପେକ୍ଷା ସିଧାସଳଖ ଚାର୍ଜିଂ ପଏଣ୍ଟରେ ଫୋନ ଚାର୍ଜ କରନ୍ତୁ। ବ୍ୟାଟେରି ଶୀଘ୍ର ଫୁଲ୍ ହୋଇଯିବ।

ଅସଲି ଚାର୍ଜର ବ୍ୟବହାର କରନ୍ତୁ

ଅନେକ ଲୋକ ଯେକୌଣସି ଚାର୍ଜର ସାହାଯ୍ୟରେ ଫୋନ ଚାର୍ଜ କରିଦିଅନ୍ତି। ସେପରି କରନ୍ତୁ ନାହିଁ। ସବୁବେଳେ ଫୋନର ଅସଲି ଚାର୍ଜର ହିଁ ବ୍ୟବହାର କରନ୍ତୁ। ଏହାଦ୍ୱାରା ଫୋନ ବହୁତ ଶୀଘ୍ର ଚାର୍ଜ ହୋଇଥାଏ ଏବଂ ବ୍ୟାଟେରି ମଧ୍ୟ ସୁରକ୍ଷିତ ରହିଥାଏ।

ଫୋନ ସୁଇଚ୍ ଅଫ୍ କରିଦିଅନ୍ତୁ

ଫୋନକୁ ଫ୍ଲାଇଟ୍ ମୋଡ୍ କରି ଚାର୍ଜ କଲେ ଜଲଦି ଚାର୍ଜ ହୋଇଥାଏ। କିନ୍ତୁ ଯଦି ଆପଣ ଫୋନକୁ ସୁଇଚ୍ ଅଫ୍ କରି ଚାର୍ଜରେ ବସେଇବେ ତେବେ ଆହୁରି ଜଲଦି ଆପଣଙ୍କ ଫୋନ ଚାର୍ଜ ହୋଇଯିବ।

Comment