ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ କମ୍ପାନି ରିୟଲମି ନିଜର ନୂଆ ଫୋନ Realme V15 5Gକୁ ଲଞ୍ଚ୍ କରିଛି। ଏହି ଫୋନରେ ଦମଦାର କ୍ୟାମେରା ସେଟଅପ୍ ସହ ୫୦ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। ଏଥିସହ ଆହୁରି ଅନେକ ଆକର୍ଷଣୀୟ ଫିଚର ପ୍ରଦାନ କରାଯାଉଛି।

ଫିଚର

Realme V15 5Gରେ ୬.୪ ଇଞ୍ଚର ସୁପର ଏମୋଲେଡ ଡିସପ୍ଲେ ମିଳୁଛି। ଏହି ଡିସପ୍ଲେରେ ୧୮୦Hz ଟଚ୍ ସାପ୍ଲିଙ୍ଗ୍ ରେଟ୍ ଦିଆଯାଇଛି। ଏହି ଫୋନକୁ ମିଡିଆଟେକ୍ ଡାଇମେନସିଟି ୮୦୦ୟୁ ପ୍ରୋସେସର ସହ ଉପଲବ୍ଧ କରାଯାଉଛି। ଏହି ଫୋନରେ ୫ଜି ସପୋର୍ଟ ମିଳୁଛି।କ୍ୟାମେରା

ରିୟଲମିର ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି। ଏଥିରେ ୬୪ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ମିଳୁଛି। ଏଥିସହ ୮ ମେଗାପିକ୍ସେଲର ଓ୍ୱାଇଡ ଆଙ୍ଗେଲ ଲେନ୍ସ ଓ ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଦିଆଯାଇଛି। ସେହିପରି ସେଲ୍ଫି ଓ ଭିଡିଓ କଲିଂ ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି। ଏହି ଫୋନରେ ୪କେ ଭିଡିଓ ରେକର୍ଡିଂ, ଅଲଟ୍ରା ଇମେଜ୍ ଷ୍ଟାବିଲାଇଜେସନ ଓ ସ୍ଲୋ ମୋସନ ଭିଡିଓ ରେକର୍ଡିଂ ସୁବିଧା ରହିଛି।

ଷ୍ଟୋରେଜ୍ ଓ ଦାମ୍

Realme V15 5G ସ୍ମାର୍ଟଫୋନ୍ ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ପ୍ରଥମ ମଡେଲରେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ପ୍ରଦାନ କରାଯାଉଛି। ଏହି ମଡେଲ ୧୭,୦୦୦ ଟଙ୍କାରେ ଉପଲବ୍ଧ ହେଉଛି। ଦ୍ୱିତୀୟ ମଡେଲରେ ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ ଦିଆଯାଇଛି। ଏହାର ମୂଲ୍ୟ ୨୨,୬୦୦ ଟଙ୍କା ରହିଛି।ବ୍ୟାଟେରି

ଏହି ସ୍ମାର୍ଟଫୋନରେ ୪,୩୧୦ ଏମ୍ଏଏଚର ବ୍ୟାଟେରି ପ୍ରଦାନ କରାଯାଉଛି। ଏହା ସହିତ ୫୦ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। ସବୁଠୁ ଖାସ୍ କଥା ହେଉଛି, ମାତ୍ର ୧୮ ମିନିଟରେ ଫୋନ୍ ୫୦ ପ୍ରତିଶତ ଚାର୍ଜ ହୋଇଯିବ ବୋଲି କମ୍ପାନି ଦାବି କରିଛି।

LEAVE A REPLY

Please enter your comment!
Please enter your name here