ଓଡ଼ିଶାଲାଇଭ୍ ବ୍ୟୁରୋ

 

୫-ଜି ସେବା ପାଇଁ ଭାରତୀୟ ଉପଭୋକ୍ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ମାସ ପହିଲାରୁ ଦେଶରେ ୫-ଜି ସେବାର ଶୁଭାରମ୍ଭ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ଆସନ୍ତା ଅକ୍ଟୋବର ମାସ ୧ ତାରିଖଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା। ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫-ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ନେଇ ଶନିବାର ଦିନ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଭାରତର ଡିଜିଟାଲା ଟ୍ରାନ୍ସଫର୍ମସେନ ଏବଂ କନେକ୍ଟିଭିଟିକୁ ନୂତନ ଉଚ୍ଚତାକୁ ନେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଏସିଆର ସର୍ବବୃହତ୍ତ ଟେକ୍ନୋଲୋଜି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫-ଜି ସେବାର ଶୁଭାରମ୍ଭ କରିବେ ବୋଲି ଟୁଇଟରେ ଉଲ୍ଲେଖ କରାଯାଇଛି।

ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫-ଜିର ହେବ ମେଗା ଲଞ୍ଚ

ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଏସିଆର ସର୍ବବୃହତ୍ତ ଟେକ୍ନୋଲୋଜି ମିଡିଆ ଏବଂ ଟେକ୍ନୋଲୋଜି ଫୋରମ ବୋଲି କୁହାଯାଏ। ଏହାକୁ ମିଳିତ ଭାବେ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ଏବଂ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ ଆୟୋଜନ କରୁଛି।

ସୂଚନା ଅନୁସାରେ ୫-ଜି ଟେକ୍ନୋଲୋଜି ଆସିବା ଦ୍ଵାରା ଭରାତକୁ ଅନେକ ଫାଇଦା ହେବ। ମୋବାଇଲ୍ ନେଟଓ୍ଵର୍କ ଅପରେଟର୍ସର ପ୍ରତିନିଧିତ୍ଵ କରୁଥିବା ବିଶ୍ଵ ଶିଳ୍ପ ସଂସ୍ଥା ଆକଳନ କରିଛି ଯେ, ୨୦୨୩ରୁ ୨୦୪୦ ମସିହା ମଧ୍ୟରେ ଏହା ଦ୍ଵାରା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୩୬.୪ ଟ୍ରିଲିୟନ ବା ୪୫୫ ବିଲିୟନ ଡଲାରର ଲାଭ ହେବାର ସମ୍ଭାବନା ରହିଛି।

Tags: #5GService #Technology #Lunch #PMNarendraModi #IndiaMobileCongress

LEAVE A REPLY

Please enter your comment!
Please enter your name here