ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଦିନର ପ୍ରତୀକ୍ଷା ପରେ ଶନିବାର ଭାରତରେ ଆରମ୍ଭ ହୋଇଛି ୫-ଜି ସେବା। ଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ବହୁ ପ୍ରତୀକ୍ଷିତ ୫-ଜିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ।

୫-ଜି ସେବାର ଶୁଭାରମ୍ଭ ସମୟରେ ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ୫-ଜି ସେବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇଥିଲେ। ଏହି ସେବା ଦ୍ଵାରା ଇଣ୍ଟରନେଟ ସ୍ପିଡ ଆହୁରି ୧୦ ଗୁଣା ବଢ଼ିବ ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ୍, ବେଙ୍ଗାଳୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, ଲକ୍ଷ୍ନୌ ଏବଂ ପୁଣେରେ ୫-ଜି ସେବା ଉପଲବ୍ଧ ହେବ। ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ଦେଶର ପ୍ରତି ରାଜ୍ୟରେ ଏହି ସେବା ଯୋଗାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି।

କେଉଁମାନେ ପାଇପାରିବେ ୫-ଜି ସେବା?

୫-ଜି ସେବା ପାଇବା ପାଇଁ ବର୍ତ୍ତମାନ ନୂତନ ସିମର ଆବଶ୍ୟକତା ପଡ଼ିବ ନାହିଁ। ପୁରୁଣା ସିମ୍‌ରେ ହିଁ ନୂଆ ସେବା ବ୍ୟବହାର କରାଯାଇପାରିବ। ଏଥିପାଇଁ ମୋବାଇଲରେ ୫-ଜି ସପୋର୍ଟ ସିଷ୍ଟମ ଏବଂ ସେବା ଲପଲବ୍ଧ ପାଇଁ ସୁବିଧା ରହିଥିବା ଆବଶ୍ୟକ।

୫-ଜି ନେଟଓ୍ଵାର୍କରେ ଇଣ୍ଟରନେଟର ସ୍ପିଡ ବଢ଼ିବା ସହ ଉତ୍କୃଷ୍ଟ ଟେଲେକମ ସେବା ଏବଂ କଲ୍ କନେକ୍ଟିଭିଟି ମିଳିବ। ଅତ୍ୟାଧୁନିକ ଟେଲିକମ୍ ସେବା ଯୋଗାଇବା ସହ ୫-ଜି ସେବା ଉପଲବ୍ଧ କରାଇବାରେ ଭାରତ ବିଶ୍ଵର ପଞ୍ଚମ ରାଷ୍ଟ୍ର ହୋଇପାରିଛି।

Tags: #5G #5GService #Telecome #InformationTechnology #PMNarendraModi

Comment