ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀର ପାଇଁ ଖାଦ୍ୟ ଯେତିକି ଜରୁରୀ, ସଠିକ୍‌ ସମୟରେ ଖାଇବା ବି ସେତିକି ଜରୁରୀ। ଯଦି ଆପଣ ଖାଇବା ସମୟରେ ଏପଟ ସେପଟ କରିବେ ଏହା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ।

ଆଜିକା ସମୟରେ ଓଜନ ନିୟନ୍ତ୍ରଣ କରିବା ଓ କମ୍ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏଥିପାଇଁ ଅନେକ ଲୋକ ବିଶେଷଜ୍ଞଙ୍କ ପରାମର୍ଶ ନେବାଠୁ ଆରମ୍ଭ କରି ବିଭିନ୍ନ ସୋସିଆଲ ସାଇଟ ଫଲୋ ବି କରିଥାନ୍ତି।

ତେବେ ଖାଦ୍ୟ ବିଶେଷଜ୍ଞଙ୍କ ଅନୁସାରେ ଯଦି ଆପଣ ପ୍ରତିଦିନ ଟାଇମରେ ଖାଦ୍ୟ ଖାଉଛନ୍ତି ତେବେ ଏହା ଆପଣଙ୍କୁ ଏକ ସୁସ୍ଥ ଶରୀର ଦେବାରେ ସାହାଯ୍ୟ କରିପାରେ।

ଅଧିକାଂଶ ଲୋକ ବିଶେଷକରି ଯେଉଁମାନେ ଅଫିସରେ କାମ କରୁଛନ୍ତି ସେମାନେ କାମ ବ୍ୟସ୍ତତା ଲାଗି ବିଳମ୍ବରେ ଲଞ୍ଚ କରିଥା’ନ୍ତି। ଏକ ସର୍ଭେରୁ ଜଣା ପଡ଼ିଛି ଯେ ଯେଉଁ ଲୋକମାନେ ଦିନ ୩ଟା ପରେ ଲଞ୍ଚ କରିଥା’ନ୍ତି ସେମାନଙ୍କ କ୍ଷେତ୍ରରେ ଓଜନ ବଢ଼ିବାର ଅନେକ ଚାନ୍ସ ଥାଏ। ଏହାର କାରଣ ହେଉଛି ଦିନ ୩ଟାପରେ ଖାଦ୍ୟ ଖାଇଲେ ତାହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ଅର୍ଥାତ୍‌ ଠିକସେ ହଜମ ହୋଇପାରିନଥାଏ।

ନିକଟରେ ଏ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ କିଛି ଲୋକ ସାମିଲ ଥିଲେ ସେମାନେ ସାଧାରଣତଃ ଦିନ ୩ଟାପରେ ଓ ରାତି ୧୧ଟାପରେ ଖାଦ୍ୟ ଗ୍ରହଣ କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଓଜନ ଅଧିକ ଥିଲା

ଅନ୍ୟପଟେ ସର୍ଭେରେ କୁହାଯାଇଛି କି ଲଞ୍ଚ ୧୨ଟାରୁ ୧ଟା ମଧ୍ୟରେ ଓ ଡିନର ସନ୍ଧ୍ୟା ୭ଟାପରେ କରିବା ସବୁଠୁ ଭଲ। କାରଣ ଠିକ ସମୟରେ ଖାଦ୍ୟ ଖାଇଲେ ହଜମ ହେବା ଲାଗି ସମୟ ମିଳିଥାଏ।

Comment