ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

୨୦୨୩ ମେ’ ୨୮ ତାରିଖ (ରବିବାର) ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ। ମେ’ ୨୪ରୁ ଆରମ୍ଭ ହେଉଛି ମାସିକ ଋତୁସ୍ରାବ ସ୍ୱଚ୍ଛତା ସପ୍ତାହ। ଏହି ଅବସରରେ ଓଡ଼ିଶାଲାଇଭ୍‌, ସ୍ୱାସ୍ଥ୍ୟପ୍ଲସ ଏବଂ ଆଇଏଫଆଇ ଫାଉଣ୍ଡେସନର ମିଳିତ ମିଡିଆ କ୍ୟାମ୍ପେନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’।

ପିରିୟଡ୍‌ସ ବା ଋତୁସ୍ରାବ ସମୟରେ ସଫାସୁତରା ରହିବା ନିହାତି ଆବଶ୍ୟକ। ବର୍ତ୍ତମାନ ସରକାରୀ ସ୍ତରରେ ଏହାକୁ ଗୁରୁତ୍ଵ ଦିଆଯାଇ ଋତୁସ୍ରାବ ସମ୍ପର୍କରେ ସଚେତନ କରାଯାଉଛି ଏବଂ ସାନିଟାଇଜ ପ୍ୟାଡ ଯୋଗାଇ ଦିଆଯାଉଛି। ଏହା ଏକ ଗୁରୁତ୍ଵପୂର୍ଣ୍ଣ ସମୟ ହୋଇଥିବାରୁ ଋତୁସ୍ରାବ ବେଳେ ସଫାସୁତରା ରହିବା ସହ ସଠିକ୍ ସାନିଟାଇଜ ପ୍ୟାଡ ବ୍ୟବହାର କରିବା ପାଇଁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ପରାମର୍ଶ ଦେଇଛନ୍ତି।

ଋତୁସ୍ରାବ ବେଳେ ସଫାସୁତରା ନରହିଲେ ଏହା ବିଭିନ୍ନ ରୋଗ ଓ ସଂକ୍ରମଣର କାରଣ ପାଲଟିଥାଏ। ଏହାକୁ ନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବାକୁ ପଡ଼ିବ। ଋତୁସ୍ରାବ ସମୟରେ କେମିତି ସଫାସୁତରା ବଜାୟ ରଖିବେ, ନିଜର ଯତ୍ନ କେମିତି ନେବେ ଏବଂ ଏ ଦିଗରେ ପରିବାର ସଦସ୍ୟଙ୍କ ସହଯୋଗ କେତେ ଜରୁରୀ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MenstrualHygiene #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll#OdiaHealthTips #HealthTips #SwasthyaPlusOdia

LEAVE A REPLY

Please enter your comment!
Please enter your name here