ଓଡ଼ିଶାଲାଇଭ୍ ବ୍ୟୁରୋ

ବିଟ୍ ରୁଟରେ ରହିଛି ପ୍ରଚୁର ପରିମାଣର ଭିଟାମିନ୍‌, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ସୁନ୍ଦର ଦେଖାଯିବାକୁ ସମସ୍ତଙ୍କର ଇଚ୍ଛା। ବିଶେଷ କରି ମହିଳାମାନେ ଚେହେରାକୁ ଚିକ୍କଣ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର କରିଥାନ୍ତି। ଏହା ସାମୟିକ ଭାବେ ସୌନ୍ଦର୍ଯ୍ୟ ବଢ଼ାଇଥାଏ, କିନ୍ତୁ ପରବର୍ତ୍ତୀ ସମୟରେ ତ୍ୱଚାକୁ ଖରାପ କରିଦିଏ। ଏଥିପାଇଁ ସବୁବେଳେ ଘରୋଇ ଉପଚାର ବ୍ୟବହାର କରିବା ଜରୁରୀ। ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ।

ତ୍ୱଚା ପାଇଁ ବିଟ୍‌ ରୁଟ ମ୍ୟାଜିକ୍‌ ଭଳି କାମ କରିଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଶୀତଦିନେ ତ୍ୱଚାକୁ ଆକର୍ଷଣୀୟ କରିବା ପାଇଁ ବିଟ୍‌ ରୁଟ ଫେସପ୍ୟାକ ବ୍ୟବହାର କଲେ ସୁଫଳ ମିଳିଥାଏ।

ମୁହଁରୁ ଦାଗ ହଟାଇବାରେ ବିଟ୍ ସହାୟକ ହୋଇଥାଏା ବିଟ୍‌ ରସ ସହ ଏଲୋଭେରା ଜେଲ୍‌, ବାଦାମ ତେଲ ମିଶାଇ ମୁହଁରେ ଲଗାନ୍ତୁ। ୩୦ ମିନିଟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସେହିପରି ମୁଲତାନି ମାଟିରେ ଆପଣ ବିଟ୍ ରସ ମିଶାଇ ମୁହଁରେ ଲଗାଇ ପାରିବେ।ଶରୀର ପାଇଁ ଆପଣ ଯାହାବି କ୍ରିମ୍ ବ୍ୟବହାର କରୁଛନ୍ତି ସେଥିରେ ଆପଣ ବିଟ୍ ରସ ମିଶାଇ ବ୍ୟବହାର କରିପାରିବେ। ଡାର୍କ ସର୍କଲ ସମସ୍ୟାରୁ ବି ମୁକ୍ତି ଦେଇଥାଏ ବିଟ୍। ଗୋଟିଏ ଚାମଚ ବିଟ୍ ରସରେ ୪ରୁ ୫ ବୁନ୍ଦା ବାଦାମ ତେଲ ମିଶାଇ ଆଖି ତଳେ ଲଗାନ୍ତୁ। ଏହାଦ୍ୱାରା ଡାର୍କ ସର୍କଲ ସମସ୍ୟା ଦୂର ହୋଇଥାଏ।

ଓଠକୁ ସୁନ୍ଦର କରିବା ପାଇଁ ଆପଣ ବିଟ୍ ବ୍ୟବହାର କରିପାରିବ। ପ୍ରାକୃତିକ ଉପାୟରେ ଓଠକୁ ଗୋଲାପି କରିବା ପାଇଁ ଏହା ସବୁଠୁ ଭଲ ଉପାୟ। ବିଟକୁ ଖରାରେ ଶୁଖାଇ ଗୁଣ୍ଡ କରିବା ପରେ ସେହି ଗୁଣ୍ଡକୁ ବାଦାମ ତେଲରେ ନିୟମିତ ଓଠରେ ଲଗାଇପାରିବ। ବିଟ୍ କେଶ ଘନ କରିବାରେ ମଧ୍ୟ ସହାୟକ ହୋଇଥାଏ।

Tags: #healthtips #beetroot #healthbenefits #beauty #skincare

LEAVE A REPLY

Please enter your comment!
Please enter your name here