ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିକଟକ୍ ଆପ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର। ରୋକ୍ ଲାଗିବା ସତ୍ୱେ ଭାରତରେ ଖୁବଶୀଘ୍ର ଟିକ୍‌ ଟକ୍‌ର ନୂଆ ଆପ୍ ଲଞ୍ଚ ହେବ। ଏଥିପାଇଁ ଚାଇନା କମ୍ପାନି ଆସନ୍ତା ୩ ବର୍ଷ ପାଇଁ ଭାରତରେ ୧ ଅରବ ଡଲାର ନିବେଶ କରିବ ବୋଲି କହିଛି। ରିପୋର୍ଟ ଅନୁସାରେ, ଟିକ୍‌ଟକ୍‌ ଆପ୍‌ର ନିର୍ମାତା ବାଇଟ୍ ଡ୍ୟାନ୍ସ କମ୍ପାନି ଭାରତରେ ଖୁବଶୀଘ୍ର ନୂଆ ଭିଡିଓ ସେୟାରିଙ୍ଗ ଆପ୍ ଲଞ୍ଚ କରିବ।

ଟିକଟକ୍, ବାଇଟ୍ ଡ୍ୟାନ୍ସ ଏବଂ ହେଲୋ ଏହି ଭଳି ତିନିଟି ଆପ୍ ଲଞ୍ଚ କରିବ କମ୍ପାନି।  ଭାରତରେ ବହୁଳ ପ୍ରସାରିତ ଟିକଟକ୍ ଆପ୍ ବ୍ୟାନ ନେଇ ବହୁତ ଦୁଃଖିତ ବୋଲି କହିଛନ୍ତି କମ୍ପାନିର ନିର୍ଦ୍ଦେଶକ। ଆମେ ଭାରତୀୟ ଉପଭୋକ୍ତଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତରେ କେବଳ ଟିକଟକ୍ ୧୩୦ ମିଲିୟନ ୟୁଜର୍ସ ଅଛନ୍ତି।

ଖାଲିସେତିକି ନୁହେଁ ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି କହିଛି କମ୍ପାନି। ତେବେ ଭାରତରେ ଲଞ୍ଚ ହେବାକୁ ଥିବା ନୂଆ ଆପ୍ ଟିକଟକ୍‌କୁ ରିପ୍ଲେସ କରିବ କିମ୍ବା ଏହାକୁ ସମ୍ପୂର୍ଣ୍ଣ ଭାବେ ଅଲଗା ପ୍ଲାଟଫର୍ମରେ ଆଣିବ ତାହା ସ୍ପଷ୍ଟ ହୋଇନାହିଁ ।

ଇଣ୍ଟରନେଟ୍‌ରେ ଏହି ଆପ୍‌ର ବହୁଳ ବ୍ୟବହାର ଯୋଗୁ ଏହାର ପ୍ରଭାବ ଯୁବପିଢ଼ି ଏବଂ ଛୋଟ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଥିଲା। ଏହି କାରଣରୁ  ଜଣେ ଆବେଦନକାରୀ ଚେନ୍ନାଇ ହାଇକୋର୍ଟରେ ଟିକଟକ୍ ଉପରେ ରୋକ ଲଗାଇବା ପାଇଁ ଅପିଲ୍ କରିଥିଲେ। ଚେନ୍ନାଇ ହାଇକୋର୍ଟ ତରଫରୁ ଗୁଗୁଲ୍ ଏବଂ ଆପଲ୍ ପ୍ଲେ ଷ୍ଟୋରରୁ ଏହି ଆପକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ କେନ୍ଦ୍ର ସରକାର ମଧ୍ୟ ଏହି ଆପକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପ୍ଲେ ଷ୍ଟୋରରୁ ଟିକଟକ୍ ଆପ୍ ହଟାଇ ଦିଆଯାଇଛି।

Comment