ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ପୁଣି ଫେରିପାରେ ଟିକଟକ୍। ଏହି ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ଆପକୁ ପୁଣି ଭାରତକୁ ଆଣିବାକୁ ଚେଷ୍ଟା କରୁଛି ଜାପାନର କମ୍ପାନି ସଫ୍ଟବ୍ୟାଙ୍କ। ଏନେଇ ଅନେକ ସ୍ତରରେ ଆଲୋଚନା ମଧ୍ୟ ଶେଷ ହୋଇଥିବା ଜଣାପଡ଼ିଛି।

ଜାପାନର ଏହି କମ୍ପାନି ଏନେଇ ରିଲାଏନ୍ସ କମ୍ପାନି ଓ ଭାରତୀ ଏୟାରଟେଲ୍ ସହ କଥାବାର୍ତ୍ତା ଚଳାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି।ଯଦି ସବୁକିଛି ଠିକ୍ ରହେ ତେବେ ଖୁବଶୀଘ୍ର କମ୍ପାନି ଭାରତରେ ପୁଣିଥରେ ଟିକଟକ୍ ଆପ ଆଣିବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ହେଲେ କମ୍ପାନି ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ କୌଣସି ସୂଚନା ଦିଆଯାଇନାହିଁ।  BGUଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଦେଖାଯିବା ପରେ ଭାରତ ସରକାର ଟିକଟକ୍ ସମେତ ଅନେକ ଚାଇନିଜ୍ ଆପକୁ ବ୍ୟାନ କରିଥିଲେ। ଏହାଫଳରେ ଭାରତର ଅନେକ ଟିକଟକ ବ୍ୟବହାରକାରୀ ନିରାଶ ହୋଇଥିଲେ। ଟିକଟକ୍ ବ୍ୟାନ ହେବା ପରେ ମଧ୍ୟ ଅନେକ ମ୍ୟୁଜିକ୍ ଭିଡିଓ ଆପ୍ ଆସିଛି। ହେଲେ ତାହା ଟିକଟକ ଭଳି ଲୋକପ୍ରିୟ ହୋଇପାରିନାହିଁ। ତେଣୁ ଟିକଟକ ପୁଣି ଭାରତକୁ ଫେରିଲେ ତାହା ପୂର୍ବଭଳି ଲୋକପ୍ରିୟ ହେବ ବୋଲି କୁହାଯାଉଛି।

Comment