ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବର୍ତ୍ତମାନ ଭାରତର ରାସ୍ତା ଆପଣେଇବ ବୋଲି ଅନୁମାନ କରାଯାଉଛି। ଆମେରିକା ଟିକଟକ୍‌ ସମେତ କିଛି ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇପାରେ। ଏନେଇ ଗମ୍ଭୀରତାର ସହ ବିଚାର କରାଯାଉଛି ବୋଲି ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିଓ ଏକ ସାକ୍ଷାତକାରରେ କହିଛନ୍ତି।

ନିକଟରେ ଭାରତ ଯେତେବେଳେ ଚାଇନିଜ ଆପ୍‌ ଉପରେ ବ୍ୟାନ ଲଗାଇଥିଲେ ସେତେବେଳେ ଭାରତର ଏହି ପଦକ୍ଷେପକୁ ପ୍ରଂଶସା କରିଥିଲେ ପୋମ୍ପିୟୋ। ଏହା ଦେଶର ସୁରକ୍ଷା ଓ ଅଖଣ୍ଡାକୁ ଦୃଢ଼ କରିବ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ କରୋନା ଭାଇରସ ଯୋଗୁଁ ଚୀନ ଉପରେ ଖପ୍ପା ଅଛି ଆମେରିକା। ସାରାବିଶ୍ୱରେ କରୋନା ବ୍ୟାପିଥିବାରୁ ଅନେକ ସମୟରେ ରାଷ୍ଟ୍ରପତି ଡୋନାଲ୍ଢ ଟ୍ରମ୍ପ ଏଥିପାଇଁ ଚୀନକୁ ଦାୟୀ କରିଛନ୍ତି। ଏହାରିମଧ୍ୟରେ ଭାରତ ସହ ବିବାଦ କରି ଚୀନ ଆହୁରି ସମସ୍ୟାରେ ପଡ଼ି ଯାଇଛି। କାରଣ ଏହି ପ୍ରସଙ୍ଗରେ ଆମେରିକା ଭାରତର ସମର୍ଥନ କରୁଛି। ଏହି ସବୁକୁ ବିଚାର କରାଗଲେ ଆମେରିକାରେ ଖୁବଶୀଘ୍ର ଚାଇନ ଆପ୍‌ ବ୍ୟାନ ହେବ ବୋଲି ଜଣାପଡ଼ୁଛି।

Comment