ଓଡ଼ିଶାଲାଇଭ୍ ବ୍ୟୁରୋ

instagram-1

ଭାରତରେ ବ୍ୟାନ ହୋଇଥିବା ୫୯ଟି ଚାଇନିଜ ଆପ ମଧ୍ୟରେ ଥିଲା ଲୋକପ୍ରିୟ ଆପ ‘ଟିକଟକ’। ଭାରତରେ ଏହି ଆପକୁ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଖୁବ୍ ଅଧିକ ଥିଲା। ଏହି ଆପ ଜରିଆରେ ଅନେକ କଳାକାର ଲୋକପ୍ରିୟତା ହାସଲ କରିଥିବାର ମଧ୍ୟ ଦେଖାଯାଇଥିଲା।

CGU new

ତେବେ ଏହାର ବ୍ୟାନ ପରେ ଟିକଟକ ବ୍ୟବହାରକାରୀ ମଧ୍ୟରୁ କିଛି ଏହାକୁ ସମର୍ଥନ ଜଣାଇଥିଲେ ତ ଆଉ କିଛି ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ହେଲେ ବର୍ତ୍ତମାନ ଇନଷ୍ଟାଗ୍ରାମ ୟୁଜର୍ସମାନଙ୍କ ପାଇଁ ଆଣିଦେଇଛି ଟିକଟକ ଫିଚର। ଆଜ୍ଞା ହଁ, ନିକଟରେ ଇନଷ୍ଟାଗ୍ରାମ ଲଞ୍ଚ କରିଛି ନିଜର ନୂଆ ଫିଚର ‘ରିଲ୍ସ୍’। ଏହା ପ୍ରାୟ ଟିକଟକ ଭଳି। ଏହା ସାହାଯ୍ୟରେ ବ୍ୟବହାରକାରୀ ୧୫ ସେକେଣ୍ଡ ଭିଡିଓ ରେକର୍ଡ କରିବା ସହ ନିଜ ମନ ପସନ୍ଦର ମ୍ୟୁଜିକରେ ଲିପସିଂ କରିପାରିବେ। ଏହା ସହ ଲୁପ ଭିଡିଓ କ୍ଲିପ୍ ବନାଇ ପାରିବେ ଏବଂ ଅଲଗା ଅଲଗା ଭିଡିଓ ଜୋଡ଼ି ମଧ୍ୟ ପାରିବେ।

instagram reels-1

ତେବେ ଭାରତ ପୂର୍ବରୁ ଏହି ଫିଚର ବ୍ରାଜିଲ୍, ଜର୍ମାନୀ ଓ ଫ୍ରାନ୍ସରେ ଲଞ୍ଚ ହୋଇସାରିଛି। ଭାରତରେ ଏହାର ଟେଷ୍ଟିଂ ଫେଜ୍ ସରିବା ପରେ ଇନଷ୍ଟାଗ୍ରାମ ଏଠାରେ ନିଜର ଏହି ଫିଚର ଲଞ୍ଚ କରିଛି।

instagram reels-2

ଏହି ଫିଚର ବ୍ୟବହାର କରିବା ପାଇଁ ଇନଷ୍ଟାଗ୍ରାମର କ୍ୟାମେରା ବଟନ ସାଇଡରେ ‘ରିଲ୍’ ଫିଚରକୁ ସିଲେକ୍ଟ କରିବାକୁ ହେବ ଏବଂ ଏହା ପରେ ସ୍କ୍ରିନର ବାମ ପାର୍ଶ୍ୱରେ ସମସ୍ତ ଏଡିଟିଂ ଟୁଲ୍ ଆସିବ। ଏଠାରେ ଅଡିଓ, ଇଫେକ୍ଟ ତଥା ଟାଇମର ଆଦି ଅପସନ ଥିବ। ଏଥିରେ ବ୍ୟବହାରକାରୀ ନିଜର ଭିଡିଓ ରେକର୍ଡ କରି ସେୟାର କରିପାରିବେ ଯାହା ୨୪ ଘଣ୍ଟା ଯାଏଁ ରହିବ।

Comment