ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ସରକାରଙ୍କ ପକ୍ଷରୁ ଚୀନର ୫୯ଟି ଆପକୁ ବ୍ୟାନ କରାଯାଇଥିବା ବେଳେ ଇତି ମଧ୍ୟରେ ଡ୍ରାଗନ କହିଛି ଯେ ‘ବୟକଟ ଚୀନ’ ଯୋଗୁଁ ବେପାର ବଣିଜ ତିରିଶିରୁ ପଚାଶ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ପୂର୍ବ ଲଦାଖରେ ଭାରତୀୟ ସୈନିକଙ୍କ ଉପରେ ଚୀନ ପକ୍ଷରୁ ଯେଉଁ ଆକ୍ରମଣ ହେଲା ସେଥିପାଇଁ ସେହି ଦେଶକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ ଏହା ସ୍ପଷ୍ଟ ଦେଖାଯାଉଛି। ଏଣେ ଭାରତରେ ବୟକଟ ଚୀନର ପ୍ରଭାବ ମଧ୍ୟ ଜୋରଦାର ଦେଖିବାକୁ ମିଳିଛି।

ଯେହେତୁ ଭାରତ ଓ ଚୀନ ମଧ୍ୟରେ ବହୁ ବର୍ଷ ଧରି ଟ୍ରେଡ ବାଲାନ୍ସ ବିଯୁକ୍ତରେ ଚାଲିଛି ଏବଂ ଚୀନର ସାମଗ୍ରୀ ଆମଦାନୀ ବନ୍ଦ ହେଲେ ଚୀନକୁ ହିଁ ଭୀଷଣ କ୍ଷତି ସହିବାକୁ ପଡ଼ିବ।

ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର କୁହାଯାଉଥିବା ‘ଗ୍ଲୋବାଲ ଟାଇମସ’ ତାର ସମ୍ପାଦକୀୟରେ ଲେଖିଛି ଯେ, ଚୀନ ବିରୋଧରେ ଭାରତର ରାଷ୍ଟ୍ରବାଦ  ଅର୍ଥନୈତିକ କାରବାର ଉପରେ ପଡ଼ିବା ଆରମ୍ଭ ହୋଇଛି। ଯଦି ଏହାକୁ କୋଭିଡ- ୧୯ ସହିତ ଯୋଡ଼ି ଦିଆଯାଏ ଏବର୍ଷ ବ୍ୟବସାୟ କାରବାର ତିରିଶିରୁ ପଚାଶ ପ୍ରତିଶତ କମ ହେବ। ସମ୍ପାଦକୀୟରେ ଏକଥା ମଧ୍ୟ ଲେଖା ଯାଇଛି ଯେ ଉଭୟ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ହେବା ଓ ବ୍ୟବସାୟିକ ସମ୍ପର୍କ ପୂର୍ବଭଳି ଚାଲିବା ଆଶା କରାଯାଏ।

Comment