ଓଡ଼ିଶାଲାଇଭ୍ ବ୍ୟୁରୋ

corona-1

ଓଡ଼ିଶାରେ ଧୀରେ ଧୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ୨୦ରେ ପହଞ୍ଚିଛି। ଏ ନେଇ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ ଟେଷ୍ଟିଂ ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଛି। କୋଭିଡ ଆକ୍ରାନ୍ତମାନେ ଘରୋଇ ଆଇସୋଲେସନରେ ଅଛନ୍ତି। କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। କୋଭିଡକୁ ନେଇ ଆତଙ୍କିତ ନହେବା ଲାଗି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଥଣ୍ଡା ଜ୍ଵର ଲାଗି ରହିଲେ ତୁରନ୍ତ କୋଭିଡ ପରୀକ୍ଷା କରାଇବାକୁ କୁହାଯାଇଛି। ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଭିଡ଼ଠାରୁ ଦୂରେଇ ରହିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

Tags: #Covid19 #CoronaVirus #odisha #Covid #HealthCare

LEAVE A REPLY

Please enter your comment!
Please enter your name here