ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଦିନ ଭାରତରେ ଚୀନର ୫୯ଟି ଆପକୁ ବ୍ୟାନ କରି ଦିଆଯାଇଛି। ଏଥିରେ ଟିକ୍‌ଟକ୍‌, ୟୁସି ବ୍ରାଉଜର, ହେଲୋ ଭଳି ଅନେକ ଲୋକପ୍ରିୟ ଆପ ସାମିଲ ଅଛି। ଏହି ସବୁ ଆପର ବ୍ୟବହାରକାରୀଙ୍କ ସଂଖ୍ୟା କୋଟି କୋଟି। ତେବେ ଏହି ବ୍ୟାନ ତାଲିକାରୁ ପବ୍‌ଜି ଓ ଜୁମ୍‌ ଆପ ବାଦ ପଡ଼ିଛି। ଏହି ଦୁଇଟି ଆପ ବର୍ତ୍ତମାନ ବେଶୀ ଟ୍ରେଣ୍ଡ କରୁଥିବା ବେଳେ ତାକୁ କାହିଁକି ସରକାର ବ୍ୟାନ କଲେନି ବୋଲି ଅନେକ ପ୍ରଶ୍ନ ଉଠିଛି।

ପ୍ରକୃତ କଥା ହେଲା ପବ୍‌ଜି ଏକ ଲୋକପ୍ରିୟ ଗେମିଙ୍ଗ ଆପ ହୋଇଥିଲେ ମଧ୍ୟ ଏହାର ମାଲିକାନା ରହିଛି ଦକ୍ଷିଣ କୋରିଆର ଭିଡ଼ିଓ ଗେମ କମ୍ପାନି Blewholeର ଏକ ଅଂଶୀଦାର କମ୍ପାନି ହାତରେ। ୨୦୦ ମସିହାରେ ରିଲିଜ ହୋଇଥିବା ଜାପାନୀ ଫିଲ୍ମ Battle Royale ଦ୍ୱାରା ପବ୍‌ଜି ପ୍ରେରିତ।

ତେବେ ପବ୍‌ଜିର ଚୀନ ସହିତ ସମ୍ପର୍କ କ’ଣ ବୋଲି ଯଦି ଆପଣ ପଚାରିବେ ତାହାର ଉତ୍ତର ହେଉଛି ଦକ୍ଷିଣ କୋରିଆ ଯେତେବେଳେ ବିଶ୍ୱ ତମାମ ପବ୍‌ଜିକୁ ଲଞ୍ଚ କରିବା ପାଇଁ ଚାହିଁଲେ ସେମାନେ ଚୀନର ସବୁଠୁ ବଡ଼ ଗେମିଙ୍ଗ କମ୍ପାନି ଟେନ୍‌ସେଣ୍ଟ ଗେମ୍ସର ସାହାଯ୍ୟ ନେଲେ। ଟେନସେଣ୍ଟ କିଛି ଅଂଶଧନ ବଦଳରେ ପବ୍‌ଜିକୁ ନିଜ ତାଲିକାରେ ଅନ୍ତର୍ଭୁକ୍ତ କଲା। ଏଣୁ ଦେଖିବାକୁ ଗଲେ ପବ୍‌ଜି ସମ୍ପୂର୍ଣ୍ଣ ଭାବେ ଚୀନ ଆପ ନୁହେଁ। ଏହି କାରଣରୁ ଭାରତ ପବ୍‌ଜିକୁ ବ୍ୟାନ କରିପାରିଲା ନାହିଁ।

ଠିକ ସେହିଭଳି ଜୁମ୍‌ କମ୍ୟୁନିକେସନର ମାଲିକ ମଧ୍ୟ ଏକ ଆମେରିକୀୟ କମ୍ପାନି। ଏହାର ପ୍ରତିଷ୍ଠାତା ଏରିକ୍‌ ୟୁଆନ୍‌ ଜଣେ ଚୀନ୍‌ ନାଗରିକ ହେଲେ ମଧ୍ୟ ବର୍ତ୍ତମାନ ସେ ଆମେରିକାର ସ୍ଥାୟୀ ନାଗରିକ। ଏଣୁ ଜୁମ୍‌କୁ ମଧ୍ୟ ଭାରତ ନିଷିଦ୍ଧ ଘୋଷଣା କରିନାହିଁ।

Comment