ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍’ର ୭୦ତମ ଅଧ୍ୟାୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ବର୍ଷ ଦୀପାବଳୀରେ ଆମ ଦେଶରେ ଯବାନଙ୍କ ପାଇଁ ଗୋଟିଏ ଦୀପ ସମସ୍ତେ ଜାଳନ୍ତୁ ବୋଲି ଏହି କାଯ୍ୟକ୍ରମରେ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଦଶହରା ଶୁଭେଚ୍ଛା ଦେବା ସହିତ ଯବାନଙ୍କ ବଳିଦାନ ସର୍ବଦା ସମସ୍ତେ ମନେ ରଖିବା ଉଚିତ ବୋଲି ସେ କହିଛନ୍ତି।

ଦେଶର ସୁରକ୍ଷା ପାଇଁ ସୀମାରେ ଦିନରାତି ଏକ କରିଛନ୍ତି ଯବାନ। ତେଣୁ ଏଭଳି ବୀର ସନ୍ତାନଙ୍କ ପାଇଁ ସମସ୍ତେ ଘରେ ଗୋଟିଏ ଦୀପ ଜାଳନ୍ତୁ ବୋଲି ମୋଦୀ କହିଛନ୍ତି।

‘‘ବର୍ତ୍ତମାନ ପର୍ବର ସମୟ, ସମସ୍ତେ ସତର୍କ ରହିବା ଆବଶ୍ୟକ। ସାମାଜିକ ଦୂରତାକୁ ସମସ୍ତେ ପାଳନ କରିବା ଦରକାର। ଟିକିଏ ଅସାବଧାନ ହେଲେ ସଂକ୍ରମଣ ବଢ଼ିପାରେ’’, କହିଛନ୍ତି ମୋଦୀ।

ଏଥିସହିତ ‘ମନ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଛନ୍ତି। ୩୧ ଅକ୍ଟୋବରରେ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ‘ଜାତୀୟ ଏକତା ଦିବସ’ ଭାବରେ ପାଳନ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି।

ସେହିପରି ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟ ମନେ ପକାଇଛନ୍ତି। ଆଗକୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ରହିଛି ତେଣୁ ଆଜି କାର୍ଯ୍ୟକ୍ରମରେ ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Comment