ଓଡ଼ିଶାଲାଇଭ ବ୍ୟୁରୋ

ମାତ୍ର ୧୪ ବର୍ଷ ବୟସରେ ଉଚ୍ଚତା ୭ ଫୁଟ୍‌ ୩ ଇଞ୍ଚ। ଏହି ଉଚ୍ଚତା ପାଇଁ ଏବେ ସେ ସାରାବିଶ୍ୱରେ ରେକର୍ଡ କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତେବେ ଏହି ବାଳକ ହେଉଛନ୍ତି ଚୀନର ରେନ୍‌ କ୍ୟୁ।

ରେନ୍‌ କ୍ୟୁ ଚୀନର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ଲେସାନ ସହରର ବାସୀନ୍ଦା। ଅକ୍ଟୋବର ୧୮ରେ ଏହି ବାଳକ ୧୪ ବର୍ଷ ବୟସରେ ପାଦ ଦେଇଥଲେ। ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଉଚ୍ଚତା ମାପ କରାଯାଇଥିଲା। ସେ ତାଙ୍କ ବୟସର ପିଲାଙ୍କଠାରୁ ୨ ଫୁଟ ଅଧିକ ବୋଲି ଜଣାପଡ଼ିଥିଲା।

ତାଙ୍କର ଏହି ଉଚ୍ଚତା ପାଇଁ ଅନେକ ଲୋକ ତାଙ୍କୁ ଥଟ୍ଟା କରନ୍ତି। ସ୍କୁଲରେ ମଧ୍ୟ ତାଙ୍କ ସାଙ୍ଗସାଥୀ ଚିଢ଼ାଇ ଥାଆନ୍ତି। ଏମିତିକି ତାଙ୍କୁ ସ୍କୁଲରେ ବସିବା ପାଇଁ ଏକ ଅଲଗା ଟେବୁଲ୍-ଚେୟାର ଦିଆଯାଏ। ତାଙ୍କ ମା’ଙ୍କୁ ଏକ ସ୍ୱତନ୍ତ୍ର ଅର୍ଡର ଦେଇ ରେନ୍‌ଙ୍କ ପାଇଁ ପୋଷାକ ତିଆରି କରିବାକୁ ପଡ଼େ।

ଅନ୍ୟମାନଙ୍କର ଥଟ୍ଟାକୁ ରେନ୍‌ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି। ସେ ବିଶ୍ୱର ସବୁଠୁ ଡେଙ୍ଗା ବାଳକ ହେବା ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଆବେଦନ କରିଛନ୍ତି।

Comment