ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଚୀନରୁ ଓଡ଼ିଶା ଆସିଲା ୧୩ ଶହ ଅକ୍ସିଜେନ୍ ସିଲିଣ୍ଡର। ରବିବାର ଚୀନରୁ ଏକ କାର୍ଗୋ ବିମାନ ଯୋଗେ ଏହି ମେଡିକାଲ ଗ୍ରେଡ୍ ଅକ୍ସିଜେନ ସିଲଣ୍ଡର ଭୁବନେଶ୍ଵରରେ ପହଞ୍ଚିଛି। ଆର୍ସେଲର ମିତ୍ତଲ ନିପନ୍ ଇଣ୍ଡିଆର କର୍ପୋରେଟ୍ ସୋସିଆଲ୍ ରେସପନ୍‌ସିବିଲିଟି (ସିଏସଆର୍) ଅଧୀନରେ ଏହି ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକୁ ଯୋଗାଇ ଦିଆଯାଇଛି।

ଭୁବନେଶ୍ୱର ବିମାନ ବନ୍ଦରରେ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚିବା ବେଳେ ସେଠାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।।ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ କମ୍ପାନି ଆହୁରି ୫ ହଜାର ସିଲିଣ୍ଡର ଯୋଗାଇଦେବ। ଏଥି ମଧ୍ୟରୁ ଜୁନ ମାସ ୯ ତାରିଖରେ ୩,୫୦୦ ଓ ପରବର୍ତ୍ତୀ ସମୟରେ ଆଉ ଦେଢ଼ ହଜାର ସିଲିଣ୍ଡର ଓଡ଼ିଶା ଆସିବ।

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ(ଏଏମଏନଏସ)ର ପାରାଦୀପ ଠାରେ ପେଲ୍‌ଲେଟ (ଲୁହାପିଣ୍ଡ) କାରଖାନା ଅଛି। ସେହିଭଳି କେନ୍ଦୁଝର ଜିଲ୍ଲା ଡାବୁଣାଠାରେ ବେନିଫିକେସନ ପ୍ଲାଣ୍ଟ ବି ରହିଛି। ଏସାର ଷ୍ଟିଲକୁ କିଣିବା ପରେ ଏଏମଏନଏସ ଓଡ଼ିଶାରେ ତାର ସ୍ଥିତିକୁ ସୁଦୃଢ଼ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କାରେ ଏକ ସମନ୍ଵିତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ମଧ୍ୟ କମ୍ପାନି ଯୋଜନା କରୁଛି।

LEAVE A REPLY

Please enter your comment!
Please enter your name here