ଓଡ଼ିଶାଲାଇଭ୍ ବ୍ୟୁରୋ

ପବ୍-ଜି ଭାରତକୁ ବ୍ୟାନ୍ ହେବା ପରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ‘ଫୌ-ଜି’ ମୋବାଇଲ୍ ଗେମର ପୋଷ୍ଟର ଜାରି କରିଥିଲେ। ଏବେ ଏହି ଗେମର ଟିଜର ମଧ୍ୟ ରିଲିଜ୍ ହୋଇଛି। ଅକ୍ଷୟ ନିଜେ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି।

ପବଜି ଭଳି ଫୌଜିରେ ମଧ୍ୟ ଖେଳାଳିମାନେ ସୈନ୍ୟ ସାଜି ଶତ୍ରୁପକ୍ଷ ସହ ଯୁଦ୍ଧ କରିବେ। ଏହି ମୋବାଇଲ୍ ଗେମଟି ନଭେମ୍ବର ମାସରେ ଲଞ୍ଚ୍ ହୋଇପାରେ ବୋଲି କୁହାଯାଉଛି। ଫୌଜି ଗେମରେ ଭାରତ ଓ ଚୀନ୍ ସୀମା ବିବାଦ ମଧ୍ୟ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଗତ କିଛି ଦିନ ହେଲା ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଫୌ-ଜି ଗେମରେ ଏହି ଦୃଶ୍ୟ ଦେଖାଯାଇପାରେ ବୋଲି କୁହାଯାଉଛି। ତେବେ ଏନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ।

ସୁରକ୍ଷା ଗତ କାରଣ ଦର୍ଶାଇ ଭାରତ ସରକାର କିଛି ଦିନ ପୂର୍ବେ ଲୋକପ୍ରିୟ ଗେମିଙ୍ଗ୍ ଆପ୍ ପବ-ଜିକୁ ଭାରତରେ ବ୍ୟାନ୍ କରିଦେଇଥିଲେ। ଏହାପରେ ଏହାର ସ୍ଥାନ ନେବା ପାଇଁ ଅକ୍ଷୟ କୁମାର ଫୌ-ଜି ନାମକ ଆପକୁ ଲଞ୍ଚ୍ କରିବାକୁ ଯାଉଛନ୍ତି।

 

Comment