ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ପରେ ମୁକ୍ତିଲାଭ କରିବ ପରିଣୀତିଙ୍କ ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’।

ଅକ୍ଟୋବର ୬ ତାରିଖ ବା ଶୁକ୍ରବାର ରିଲିଜ ହେବ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’। ପୁଣି ଥରେ ଦେଖିବାକୁ ମିଳିବ ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଅନସ୍କ୍ରିନ୍ ରୋମାନ୍ସ।

ଅକ୍ଷୟ କୁମାର ଏବଂ ପରିଣୀତି ଚୋପ୍ରା ପୂର୍ବରୁ ‘କେଶରୀ’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ, ଯାହାକି ବ୍ଲକବଷ୍ଟର ହୋଇଥିଲା। ‘ମିଶନ ରାନିଗଞ୍ଜ’ରେ ଦ୍ୱିତୀୟ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିଛନ୍ତି ଅକ୍ଷୟ ଓ ପରୀ।  

ଭାରତର ଜଣେ ପ୍ରକୃତ ହିରୋର କାହାଣୀ ‘ମିଶନ ରାନିଗଞ୍ଜ’। ନିକଟରେ ଫିଲ୍ମର ଏକ ଗୀତ ‘କିମତୀ’ ରିଲିଜ ହୋଇଥିଲା। ଗୀତରେ ଅକ୍ଷୟ ଏବଂ ପରିଣୀତିଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ଏଥିରେ ପରିଣୀତି ଚୋପ୍ରାଙ୍କ ସରଳ ମୁହଁ ପ୍ରଶଂସକଙ୍କ ହୃଦୟ ଜିତିଛି।

ବିବାହ ପରେ ମୁକ୍ତିଲାଭ କରିବ ପରିଣୀତିଙ୍କ ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’। ପରିଣୀତି ଚୋପ୍ରା ସେପ୍ଟେମ୍ବର ୨୭ରେ ରାଜନେତା ତଥା କଲେଜ ବନ୍ଧୁ ରାଘବ ଚଢ଼ାଙ୍କୁ ବିବାହ କରିଛନ୍ତି। ଏହି ବିବାହ ରାଜସ୍ଥାନର ଉଦୟପୁରରେ ହୋଇଥିଲା।

Tags: #MissionRaniganj #Bollywood #MovieRelease #AkshayKumar #ParineetiChopra #Keemti

LEAVE A REPLY

Please enter your comment!
Please enter your name here