ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ସ୍ଵାଧୀନତା ଦିବସ ଅବସରରେ ମିଳିଲା ବଡ଼ ଉପହାର। ଆଜିର ଦିନରେ ପୁଣି ଥରେ ଖିଲାଡି କୁମାରଙ୍କୁ ମିଳିଲା ଭାରତର ନାଗରିକତ୍ଵ। କିଛି ବର୍ଷ ହେଲା ସେ କାନାଡ଼ାର ନାଗରିକତା ହାସଲ କରିଥିଲେ। ଏହାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡୁଥିଲା।

ମଙ୍ଗଳବାର ଦିନ ପୁଣି ଥରେ ଭାରତର ନାଗରିକତା ଫେରିପାଇଥିବାରୁ ଅକ୍ଷୟ କୁମାରଙ୍କ ଖୁସି କହିଲେ ନସରେ। ନିଜ ଖୁସିକୁ ସେ ଟୁଇଟରରେ ସେୟାର କରିଛନ୍ତି। ନିଜ ଟୁଇଟର ଆକାଉଣ୍ଟରେ ଅକ୍ଷୟ ଲେଖିଛନ୍ତି, ‘ହୃଦୟ ଏବଂ ନାଗରିକତା ଦୁହେଁ ହିନ୍ଦୁସ୍ତାନୀ’। ଏହା ସହ ସେ ଭାରତୀୟ ନାଗରିକତାର ପ୍ରମାଣପତ୍ର ମଧ୍ୟ ପୋଷ୍ଟ କରିଛନ୍ତି।

୧୯୯୦-୨୦୦୦ ମସିହାରେ ଅକ୍ଷୟ କୁମାରଙ୍କର ଫିଲ୍ଲ ଗୋଟିଏ ପରେ ଗୋଟିଏ ଫ୍ଲପ ହେବାକୁ ଲାଗିଥିଲା। ପ୍ରାୟ ୧୫ଟି ଚଳଚ୍ଚିତ୍ର ଚାଲିଲାନି। ଏହା ପରେ ଅକ୍ଷୟ କୁମାର କାନାଡ଼ା ଯାଇ କାମ ଆରମ୍ଭ କରିଥିଲେ ଏବଂ ସେଠାର ନାଗରିକତା ପାଇଁ ଆବେଦନ କରିଥିଲେ।

Tags: #BollywoodStar #AkhayKumar #Actor #IndianCitizenship

Comment