ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ବଲିଉଡର ଲୋକପ୍ରିୟ ଅଭିନେତା ମୁକୁଲ ଦେବ। ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।
ନୂଆଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମୁକୁଲ ଦେବ। ୧୯୯୬ ମସିହାରେ ଟେଲିଭିଜନ ଧାରାବାହିକ ‘ମୁମକିନ୍’ରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ମୁକୁଲ। ଏହା ପରେ ସେ ହିନ୍ଦୀ, ପଞ୍ଜାବୀ ଚଳଚ୍ଚିତ୍ର ସହ ବଙ୍ଗାଳୀ, ମାଲାୟଲମ, କନ୍ନଡ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିଣିଛନ୍ତି।
ମୁକୁଲଙ୍କୁ ‘ୟମଲା ପଗଲା ଦିୱାନା’ରେ କରିଥିବା ଅଭିନୟ ପାଇଁ ସପ୍ତମ ଅମରୀଶ ପୁରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ‘ସନ୍ ଅଫ୍ ସର୍ଦ୍ଦାର’, ‘ଜୟ ହୋ’ ଭଳି ସିନେମାରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା।
ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ ଖବର ପରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।
Tags: #MukulDev #Actor #Death #BollywoodActor