ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନ୍ ଗେମକୁ ବ୍ୟାନ୍ କଲେ ତାମିଲନାଡୁ ସରକାର। ଯଦି ତାମିଲନାଡୁରେ କୌଣସି ଲୋକ ଅନଲାଇନ୍ ଗେମ୍ ଖେଳୁଥିବା ଜଣାପଡ଼ିବ, ତେବେ ତାକୁ ୫ ହଜାର ଟଙ୍କା ଫାଇନ୍ ସହିତ ଛଅ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନୂଆ ଆଇନ୍ ଜାରି ହୋଇଛି।

ଶୁକ୍ରବାର ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ଏକ ଅଧ୍ୟାଦେଶ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଅନଲାଇନ୍ ଗେମ୍ କାରଣରୁ ସାଧାରଣ ଲୋକମାନେ ଠକାମିର ଶିକାର ହେଉଛନ୍ତି। ଯୁବବର୍ଗ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ତାମିଲନାଡୁ ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଥିବା କୁହାଯାଇଛି।ଏଥିସହିତ ଯେଉଁ ଲୋକ ଗେମିଂ ହାଉସ୍ ଚଳାଉଛନ୍ତି ସେମାନଙ୍କ ମଧ୍ୟ ଏହା ବନ୍ଦ କରିବାକୁ କୁହାଯାଇଛି। ଯଦି କୌଣସି ଗେମିଂ ହାଉସରେ ଅନଲାଇନ୍ ଗେମ୍ ଖେଳାଯାଉଥିବ, ତେବେ ତା’ର ମାଲିକକୁ ୧୦ ହଜାର ଟଙ୍କା ଜରିମାନା ସହିତ ୨ ବର୍ଷ ଜେଲ ଦଣ୍ଡ ମିଳିବ। ସେହିପରି ଏସଂକ୍ରାନ୍ତୀୟ ଟଙ୍କା କାରବାରକୁ ମଧ୍ୟ ତାମିଲନାଡୁ ସରକାର ବେଆଇନ୍ ଘୋଷଣା କରିଛନ୍ତି।

ଏହାପୂର୍ବରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଅନଲାଇନ୍ ଗେମ ଓ ଜୁଆ ଖେଳିବା ଉପରେ କଟକଣା ରହିଛି। ସେହପରି କର୍ଣ୍ଣାଟକ ସରକାର ମଧ୍ୟ ଅନଲାଇନ୍ ଗେମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

Comment