ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ପୂଜକ ଏବଂ ଶ୍ରଦ୍ଧାଳୁ ଦେବଦେବୀଙ୍କ ପୂଜା କରିବା କଥା ସମସ୍ତେ ଜାଣନ୍ତି। କିନ୍ତୁ ଗୋଟିଏ ରୋବର୍ଟ ଠାକୁରଙ୍କ ପୂଜା କରୁଥିବା ଦୃଶ୍ୟ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହିଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ।

ଦୁଇଟି ରୋବର୍ଟ ତାମିଲନାଡୁର ଭେଲୋରଠାରେ ଥିବା ଭିଆଇଟି ବିଶ୍ଵବିଦ୍ୟାଳୟର ଇଞ୍ଜିନିୟରିଂ କଲେଜରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।

ସୂଚନା ଅନୁସାରେ ଭେଲୋର ଭିଆଇଟି ବିଶ୍ୱବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂର ଛାତ୍ରମାନଙ୍କୁ ଶିକ୍ଷା ଦେବା ପାଇଁ ଦୁଇଟି ରୋବର୍ଟ ଫାନୁକ୍ M-6iB ଏବଂ RJ3iC ତିଆରି କରାଯାଇଥିଲା। ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଦୁର୍ଗାପୂଜା ସମାରୋହ ପରିଚାଳନା ପାଇଁ ଏହି ଦୁଇ ରୋବର୍ଟର ସହାୟତା ନେଇଥିଲେ।

ବିଭାଗର କର୍ମଚାରୀମାନେ ପୂଜାବିଧି କରୁଥିବାବେଳେ ଗୋଟିଏ ରୋବର୍ଟ ଘଣ୍ଟି ବଜାଉଥିଲା ଏବଂ ଅନ୍ୟଟି ଆଳତୀ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟର ଚିତ୍ର ଏବଂ ଭିଡିଓ ଉତ୍ତୋଳନ କରାଯାଇଥିଲା। ରୋବର୍ଟ ଦୁଇଟିର ଦେବୀ ପୂଜା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Tags: #DurgaPuja #Robot #Tamilnadu #Rituals

Comment