ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତାମିଲନାଡୁର ଭୀରୁଧୁନଗର ଜିଲ୍ଲାର ଏକ ପଥର ଖଣିରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶ୍ରମିକମାନେ ଏକ ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ ପଥର ଖଣିର ଭଣ୍ଡାର ଘରକୁ ବୋହି ନେଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଏହାର ପ୍ରଭାବ ୧୦ କିଲୋମିଟର ପରିଧି ମଧ୍ୟରେ ଥିବା ଗ୍ରାମାବାସୀ ଅଭନୁଭବ କରିପାରିଥିଲେ।

ଏହି ଦୁର୍ଘଟଣା ପରେ ସମ୍ପୃକ୍ତ ପଥର ଖଣି ବନ୍ଦ କରିବାକୁ ଗ୍ରାମବାସୀ ଦାବି କରି ମଡୁରାଇ-ଟ୍ୟୁଟିକୋରିନ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ପ୍ରାୟ ୬ ଘଣ୍ଟା ଧରି ଚାଡ଼ି ଚଳାଚଳ ବନ୍ଦ ରହିଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ।

ଭୀରୁଧୁନଗର ଜିଲ୍ଲା ଜିଲ୍ଲାପାଳ ଭିପି ଜୟଶୀଲାନ, ଏସପି କେ ଫିରୋଜ ଖାନ ଅବଦୁଲ୍ଲା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତାହତଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନ ଜଣାଇଥିଲେ।

Tags: #Tamilnadu #Death #Blast #Stonequarryblast

LEAVE A REPLY

Please enter your comment!
Please enter your name here