ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖିଲାଡି କୁମାର ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’କୁ ନେଇ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ ରିଲିଜ୍ ହୋଇଛି ଏହି ଫିଲ୍ମର ପ୍ରଥମ ଲୁକ୍। ଏଥିରେ ଅକ୍ଷୟଙ୍କୁ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିଛି, ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଅକ୍ଷୟଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ରିଲିଜ୍ ହୋଇଥିବା ଏହି ଫଟୋରେ ଅକ୍ଷୟଙ୍କୁ ରାଗୀ ଗ୍ୟାଙ୍ଗଷ୍ଟର ଅବତାରରେ ଦେଖିବାକୁ ମିଳିଛି। ଏହି ଫଟୋରେ ଅକ୍ଷୟ ନାଲି ପଗଡ଼ି, କଳା କୁର୍ତ୍ତା ପିନ୍ଧିଛନ୍ତି। ସୋସିଆଲ ମିଡିଆରେ ଅକ୍ଷୟଙ୍କ ଏହି ଫଟୋ ଭାଇରାଲ ହେବା ପରେ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ହେବ ବୋଲି ପ୍ରଶଂସକମାନେ ଆଶାବାଦୀ ଅଛନ୍ତି।ଅକ୍ଷୟଙ୍କ ଅଭିନୀତ ଏହି ଫିଲ୍ମକୁ ଫରହାଦ ସାମଜୀ ନିର୍ଦ୍ଦେଶନା ଦେଇଛନ୍ତି। ସାଜିଦ ନାଦିଆଦଓ୍ୱାଲା ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଅକ୍ଷୟଙ୍କ ସହ ଏଥିରେ କ୍ରିତି ସାନନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ପ୍ରଥମ କରି ଅକ୍ଷୟ ଓ କ୍ରିତି ଏକାଠି ନଜର ଆସିବେ।‘ବଚ୍ଚନ ପାଣ୍ଡେ’ ବ୍ୟତୀତ ଆଗକୁ ଅକ୍ଷୟ କୁମାର ‘ବେଲ ବଟମ୍’, ‘ରାମ ସେତୁ’ରେ ମଧ୍ୟ ନଜର ଆସିବେ। ‘ବେଲ ବଟମ’ର ସୁଟିଂ ଶେଷ ହୋଇଥିବା ବେଳେ କିଛି ଦିନ ମଧ୍ୟରେ ‘ରାମ ସେତୁ’ର ସୁଟିଂ ଆରମ୍ଭ ହେବ।

ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ ରିଲିଜ୍ ହୋଇଥିଲା। ଏଥିରେ ଅକ୍ଷୟ କିନ୍ନର ଭୂମିକାରେ ନଜର ଆସିଥିଲେ। କମେଡି-ଥ୍ରୀଲରଭିତ୍ତିକ ଏହି ଫିଲ୍ମ କିନ୍ତୁ ସେତେ ଭଲ ପ୍ରଦର୍ଶନ କରିପାରିନଥିଲା।

Comment