ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାର ପବଜି ଆପକୁ ବ୍ୟାନ୍ କରିବା ପରେ ଆଜିଠୁ ଏହି ଗେମ୍ ସାରା ଦେଶରେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାକୁ ଯାଉଛି। ଏନେଇ ପବଜି କର୍ପୋରେସନ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି।

ଭାରତ ସରକାର ଗତ ସେପ୍ଟେମ୍ବର ୨ ତାରିଖରେ ପବଜି ସମେତ ୧୧୭ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଥିଲେ। ଏହାର କିଛି ସମୟ ପରେ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପଟି ହଟିଯାଇଥିଲା। ହେଲେ ଯେଉଁ ଲୋକମାନେ ପୂର୍ବରୁ ଏହାକୁ ମୋବାଇଲରେ ଇନଷ୍ଟଲ୍ କରି ରଖିଥିଲେ ସେମାନେ ଏହାକୁ ବ୍ୟବହାର କରିପାରୁଥିଲେ।ଏବେ କିନ୍ତୁ ସେହି ବ୍ୟବହାରକାରୀମାନେ ପବଜି ଆପକୁ ବ୍ୟବହାର କରିପାରିବେ ନାହିଁ। ଭାରତରୁ ପବଜି ଆପ୍ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଛି। ପବଜି ଆପ ସହିତ ପବଜି ମୋବାଇଲ୍ ଲାଇଟ୍ ଆପକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ତେବେ ସମସ୍ତ ବ୍ୟବହାରକାରୀଙ୍କ ଡାଟା କମ୍ପାନି ସୁରକ୍ଷିତ ସହକାରେ ରଖିଛି ବୋଲି ସୂଚନା ଦେଇଛି।

ଗତ ସେପ୍ଟେମ୍ବର ୨ ତାରିଖରେ ଭାରତ ସରକାର ୧୧୭ଟି ଚାଇନିଜ୍  ଆପକୁ ବ୍ୟାନ୍ ଘୋଷଣା କରିଥିଲେ। ଏହା ଭିତରେ ଲୋକପ୍ରିୟ ଗେମିଙ୍ଗ୍ ଆପ ପବଜି ମଧ୍ୟ ସାମିଲ ଥିଲା। ଏବେ ଏହି ଆପ ସମ୍ପୂର୍ଣ୍ଣ ରୂପେ ଭାରତରୁ ବିଦାୟ  ନେଇଛି।

Comment