ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖରେ ଚୀନ ଉପୁଜାଇଥିବା ସଂଘର୍ଷର କଡ଼ା ଜବାବ ଦେଇଛି ଭାରତ। ଚୀନର ୫୯ଟି ଆପକୁ ଭାରତ ସରକାରଙ୍କ ପକ୍ଷରୁ ବ୍ୟାନ କରାଯାଇଛି। ସବୁଠୁ ଲୋକପ୍ରିୟ ଆପ୍‌ ଟିକ୍‌ ଟକକୁ ଗୁଗଲ୍‌ ପ୍ଲେ ଷ୍ଟୋରରୁ ହଟାଯାଇଛି। ଯେଉଁମାନଙ୍କ ପାଖରେ ଏହି ଆପ୍‌ସ ରହିଛି ସେମାନେ ଏହି ଆପସ ମାଧ୍ୟମରେ ଭିଡିଓ ପୋଷ୍ଟ କରିପାରିବେ। ଏବେ କୌଣସି ନୂଆ ୟୁଜର୍ସ ଟିକଟକ୍‌ ଡାଉନଲୋଡ କରିପାରିବେ ନାହିଁ।

ଭାରତ ଦ୍ୱାରା ବ୍ୟାନ ହେବା ପରେ ଏବେ ବି କିଛି ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ରହିଛି। ଆଗାମୀ କିଛି ସମୟ ମଧ୍ୟରେ ଏହି ଆପ୍‌କୁ ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରୁ ଡିଲିଟ କରି ଦିଆଯିବ।

ପୂର୍ବ ଲଦାଖରେ ଭାରତୀୟ ସୈନିକଙ୍କ ଉପରେ ଚୀନ ପକ୍ଷରୁ ଯେଉଁ ଆକ୍ରମଣ ହେଲା ସେଥିପାଇଁ ସେହି ଦେଶକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ ଏହା ସ୍ପଷ୍ଟ ଦେଖାଯାଉଛି। ଏଣେ ଭାରତରେ ବୟକଟ ଚୀନର ପ୍ରଭାବ ମଧ୍ୟ ଜୋରଦାର ଦେଖିବାକୁ ମିଳିଛି।

Comment